କହିବି ଆଉ ମୁଁ କାହାକୁ ?
କହିବି ଆଉ ମୁଁ କାହାକୁ ?
ଜାଣେନା କାହିଁକି କେବେ କୋଉ ଦିନ
ଭଲ ପାଇଥିଲି ତତେ ।
ଜାଣି ମୁଁ ନଥିଲି ହସ ଖୋଜୁ ଖୋଜୁ
ଲୁହ ଝରି ଯିବ ଏତେ ।।
ଭାବିଥିଲି କେହି ଆସିବ ନିଶ୍ଚୟେ
ବୁଝି ପାରୁଥିବ ମୋତେ ।
ଅଭିମାନୀ ହେଲେ ବୁଝାଇ ଦେବ ସେ
ଲୁହ ପୋଛି ନିଜ ହାତେ ।।
ସ୍ନେହ ର ପରସେ ଆଉଁସି ଦେବ ସେ
ତା ହାତରେ ମୋର ମଥା କୁ ।
ବୁଝାଇ କହିବ ବାଣ୍ଟି ନେବା ଆମେ
ସୁଖ ଦୁଃଖ ସବୁ କଷ୍ଟକୁ ।।
ମୋ ଠାରୁ ଅଧିକ ମୋତେ ବୁଝିଥିବ
ପାଉଥିବ ମୋତେ ଭଲ ।
ମନ ବୁଝି ମୋତେ ସାଇତି ରଖିବ
ସତେକି ଗୋଲାପ ଫୁଲ ।।
ଦୂର ଆକାଶକୁ ଉଡ଼ିଯିବା ପାଇଁ
ଇଚ୍ଛା ନାହିଁ କେବେ ମୋର ।
ସ୍ନେହ ପଞ୍ଜୁରୀରେ ବାନ୍ଧିକି ରଖିବ
ଦେଇ ସବୁ
ସ୍ନେହ ତାର ।।
ମୋ ମନକୁ ସିଏ ପାରୁଥିବ ବୁଝି
ସୁଖ ଦୁଃଖ ବୁଝୁ ଥିବ ।
ଦୋଷ ନ ଧରି ସେ କରୁଥିବ କ୍ଷମା
ଯେତେ ଭୁଲ୍ ହେଇ ଥିବ ।।
ଭାବିଥିଲି ତୁ ସାଇତି ରଖିବୁ
ଛୋଟ ହୃଦୟକୁ ମୋର ।
ନିଜର କରିବୁ ଆପଣାର ଭାବି
ଦେଇ ସ୍ନେହ ଆଦର ।।
ଭଲ ପାଇବାରେ କରିଛିକି ଉଣା
ନିଜକୁ ପଚାରେ ଥରେ ।
ସ୍ନେହ ଛଡ଼ା ଆଉ କିଛି ମାଗିଛିକି
ତତେ ପ୍ରତି ବଦଳରେ ।।
ଅଭିଯୋଗ ଆଉ କରିବିନି କେବେ
ମାଗିବିନି ତତେ କିଛି ।
ମୋ ପ୍ରେମର ମୂଲ୍ୟ ସ୍ନେହର ପାଉଣା
ଆଜି ମୁଁ ପାଇ ସାରିଛି ।।
କରିବିନି କେବେ ଆଉ କିଛି ଆଶା
ବୁଝେଇ ଦେଇଛି ମନକୁ ।
ହୃଦୟ ହୀନକୁ ହୃଦୟ ଦେଇଛି
କହିବି ଆଉ ମୁଁ କାହାକୁ ।।