ଆଦିବାସୀ ମୁଁ ଯେ ଆଦିବାସୀ
ଆଦିବାସୀ ମୁଁ ଯେ ଆଦିବାସୀ
ପାହଡ ଜଙ୍ଗଲ ରେ ବାସ ମୋହର
ପାଠ ଶାଠ ମୋର ନୁହେଁ ବେଶୀ
ଝାଟି ମାଟି ଘରେ ବିତେ ମୋର ଦିନ
ଆଦିବାସୀ ମୁଁ ଯେ ଆଦିବାସୀ ।
ଦଳିତ ପୁଣି ନିଷ୍ପେସିତ ମୁଁ ହେଲେ
ମନେ ମୋର ନାହିଁ ଟିକେ ଦୁଃଖ
ମୋ ଜାତିର ମାଆ ଦେଶ ରାଷ୍ଟ୍ରପତି
ହେ ବିଶ୍ୱବାସୀ ହେ ଥରେ ଦେଖ ।
ମାଣ୍ଡିଆ କୁ ପେଜ ପିଇ ଦେଇ ମୁଇଁ
ସାରା ଜଙ୍ଗଲରେ ବୁଲୁଥାଏ
ଲାଖ ଝୁଣା ମହୁ ଶାଳ ପତ୍ର ଗୋଟାଇ
ବୃତ୍ତି କରି ପେଟ ପୋଷୁ ଥାଏ ।
ଜଙ୍ଗଲ ମୋ ପାଇଁ ମାଆ ଠାରୁ ବଳି
ପାହାଡ଼ ଅଟେ ଦେବତା ମୋର
ଆମରି ପାହାଡ଼ ପର୍ବତ ଜଙ୍ଗଲ
ଝରଣା ଆମର ସରଗ ପୁର ।
ବଡ଼ ବଡ଼ କୋଠା ନାହିଁ ଆମ ପାଖେ
ନାହିଁ ରଙ୍ଗୀନ୍ ଆଲୁଅ ବତୀ
ଛୁଇଁନି ଆମକୁ ଆଧୁନିକତା କି
ପହଞ୍ଚି ନାହିଁ ଯେ ଉରୁନତି।
ସହରୀ ବାବୁ ଏ ଘୃଣା କରୁଛନ୍ତି
ମୋତେ ଦେଖି ମୋର ବେଶ ଭୂଷା
ଝାଟି ମାଟି ଘରେ ମୋର ଖାଦ୍ୟପେୟ
ଦେଖି କରୁଛନ୍ତି ଲୋକ ହସା ।
ସହରୀ ବାବୁଏ ପଢ଼ିଛନ୍ତି ପାଠ
ହେଲେ ଜାଣିତ ନାହାଁନ୍ତି କେହି
ମୋ ମୁଲକୁ ପାହାଡ଼ କାଟିକି ତୁମେ
ଗଢ଼ିଛ ସହର ନଗର ଏହି ।
ସହ ସହ ଗଛ କାଟି ଆଣୁଅଛ
ନିଜର ସୁଖ ସଉକ ପାଇଁ
ତିଆରି କରୁଛ ଆସବାବ ପତ୍ର
କାଠ କବାଟୁ ଚଉକି ନେଇ ।
ସୁନା ଠାରୁ ରୂପା ପୁଣି ଯେ କୋଇଲା
ଲୁହା ମାଙ୍ଗାନିଜ୍ ପରି ଖଣି
କାରଖାନା କରି ଚଲା ଉଛ ଏଥି
ମୋ ମୁଲକରୁ ବୋହି ଆଣି ।
ମୋ ମୁଲକରେ ଭାଙ୍ଗିଲେ ପାହାଡ଼
ତୁମେ ତିଆରି କରିବ ଘର
ମେଣ୍ଟିବ ତୁମର ସଉକ ଲାଳସା
କ୍ଷତାକ୍ତ ହେଲେ ମାଟି ମା ମୋର ।
ମାଟି ସାଙ୍ଗେ ମାଟି ହୋଇ ମୁଁ ଯୁଝିଲେ
ଭୋକ ମେଣ୍ଟଇ ସିନା ତୁମର
ମୂରୁଖ ଟେ ମୁହିଁ କି ଅବା କହିବି
କିଏ ଶୁଣିବ ଯେ କଥା ମୋର ।
ଦୟା କ୍ଷମା ଧର୍ୟ ପ୍ରକୃତି ମୋହର
ଆଉ କହୁନାହିଁ କିଛି ବେଶୀ
ତ୍ରୁଟି ଥିଲେ କ୍ଷମା କରି ଦେବ ମୋତେ
ଆଦିବାସୀ ମୁଁ ଯେ ଆଦିବାସୀ।