Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Romance

4  

Sunanda Mohanty

Abstract Romance

ବାସ୍ତୁଦୋଷ

ବାସ୍ତୁଦୋଷ

1 min
309



ଯେତେସବୁ ବାସ୍ତୁଦୋଷ 

ମୋ ଭିତରେ 

ଫିଙ୍ଗି ଦେଇଛି ସମୁଦ୍ର ଜୁଆରେ 

ନବବର୍ଷ ଆସିବା ପୁର୍ବରୁ 

ସଞ୍ଚି ରଖିଛି ମମତାର ଫଲ୍ଗୁ 

ଜଗନ୍ନାଥ ଦର୍ଶନ ଦେବା ପରେ ପରେ  ।


ଯେତେ ସବୁ ବାସ୍ତୁଦୋଷ 

ମୋ ଘରର 

ଗଣ୍ଠିଲିରେ ବାନ୍ଧି ଭସେଇ ଦେଇଛି 

ମୋ ଘର ପାଖ ନଈ ଦୀର୍ଘନିଶ୍ୱାସ ଭିତରେ 

ସଞ୍ଚି ରଖିଛି ପ୍ରେମ ପ୍ରୀତି ମୈତ୍ରୀ 

ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ 

ନୂଆବର୍ଷରେ ।


ଯେତେ ସବୁ ବାସ୍ତୁଦୋଷ 

ଝୁଂଟୁଛି ମୋ ଚଲାପଥ ଧାରେ ଧାରେ 

ଶସ୍ତା ରେ ବିକିଦେଇଛି ବିବେକ ହାଟରେ 

ସଞ୍ଚି ରଖିଛି କିଛି, ମାନବିକତା ସ୍ମୃତି 

ଯେଉଁ ସବୁ ପାଇଁ ହଜିଥିଲା କେତେ ରାତି 

ଜଗନ୍ନାଥଙ୍କ ଭଜନ ଗାଇ ସାରିବା ପରେ 

ଏ ବର୍ଷ ନୂଆ ବର୍ଷରେ ।


ଯେତେସବୁ ବାସ୍ତୁଦୋଷ 

ନିଷିଦ୍ଧ ସମାଜ ଇଲାକାରେ 

ତାକୁ ବି ବିକି ଦେଇଛି 

କବିତା ଗଳ୍ପ ଲେଖନୀର ସୃଜନୀରେ 

ଆଉ ଜଗନ୍ନାଥଙ୍କ ଆର୍ଶୀବାଦରେ 

ଏଇ କୋଡିଏ ହଜାର ଏକୋଇଶ ବର୍ଷରେ ।


Rate this content
Log in