STORYMIRROR

Koushik Lenka

Classics Inspirational

3  

Koushik Lenka

Classics Inspirational

ଅଶୁଣା କଥା

ଅଶୁଣା କଥା

1 min
154

କ‌ଉ ଖଣ୍ଡିଆ ସ୍ୱାଧୀନତା

ପଛରେ ଆଜି ସବୁ

ଭୋକିଲା ଭେଣ୍ଡିଆ ଧାଇଁଛନ୍ତି

ଦେଖରେ ପରାକ୍ରମି,

ମାଣ୍ଡିଆ ସବୁର ମୁହଁ

ଦେଖିଦେଲେ ଲାଗେ

ଏଠି ବି ଚାଲିଛି ଭଣ୍ଡାମି....।।


ସରକାର ତମେ ମାଟି

ନା ପଥର

ବିରୁଡ଼ି ବସା ନା ବରଡ଼ା ପତରରେ

ଶେଯ ସଜେଇବା ର ଆଶା।

ତମେ କଂସା ରୁ କଂସାରୀ

ନା ବନ୍ଧୁ ରୁ ବ‌ଇରୀ....।।


ମୋ ଟିପା ଖାତା ରୁ

ତମ ପାଇଁ ଶିଖିଥିବା ଅଠର

ବରଷ ର ଟିପ ଚିହ୍ନ,

ପିଠି ଛୁଉଁଥିବା ପେଟ ର

ବେଲୁନ ପରି ଫୁଲିବାର ସ୍ୱପ୍ନ,

ଆଜି ବି ଦେଖିବ ଆସ ଇଟାଭାଟି

ର ତତଲା ବାଲି ରେ ପାଟିରୁ

ବହୁଛି ଶୈଶବ ର ଲାଳ

ଆଉ ଯୁଆନ ପଣତ ର ଝାଳ.....।।


ମୋ ଅଭିଯୋଗ ର

ଚୁଲି ରେ ଜଳୁଛି ତମ

ଯୋଜନା ର ଇନ୍ଧନ

ମୋତେ ବାନ୍ଧି ରଖି

ଆଉ କେତେ ମୋଟା କରିବ

ତମ ଚ‌ଉକି ରେ ମୋ ଚାଳ ର

ଖୋସା ଥିବା ବାପ ଅଜା ର

ଅକ୍ଷତ ଯୌବନ........।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics