STORYMIRROR

Sudhanjali Mishra

Classics Others

4  

Sudhanjali Mishra

Classics Others

ତୁମେ ଏକା ମୋର -୧୪

ତୁମେ ଏକା ମୋର -୧୪

1 min
408


(ଅ-ଅଶୋକ,କା-କାରୁବାକୀ (କଳିଙ୍ଗ ଜେମା))

ଅ - କଳିଙ୍ଗ ସୈନ୍ୟଙ୍କୁ ନିପାତ କରି ମୁଁ

     ଅପେକ୍ଷାରତ କାରୁବାକୀକୁ

    ସାଜିବ ମୋର ସେ ଯେ ଅଙ୍କଶାୟିନୀ

    ବରିବି ମୁଁ କଳିଙ୍ଗକନ୍ୟାକୁ ।

କା - ନାହିଁ ମୋ ମନରେ କାମନା ବାସନା

      ଗୈରିକବସନା ଅଭିସାରିକା

     କିପରି ସାଜିବି ମୁଁ ଅଙ୍କଶାୟିନୀ

     ମୁଁ ନୁହେଁ ଯୋଗ୍ୟା ତୁମପାଇଁକା ।

ଅ - ଆସ ମୋ ସୁନ୍ଦରୀ ଅବାଧ୍ୟ ହୁଅନି

     ସମ୍ମୁଖେ ତୁମ ବୀର ଅଶୋକ

     ଶ୍ରଦ୍ଧାକୁ ମୋହର ଅଗ୍ରାହ୍ୟ କରନା

      କରନାହିଁ ଭୟ, ଦୁଃଖଶୋକ ।

କା - ପ୍ରତାପ ବିଜୟୀ ହୋଇଗଲେ ମଧ୍ୟ

       ହୃଦୟବିଜୟୀ ହେବନାହିଁ

      ମୋ ଦେଶ ଜନତା ଭୋଗିଲେ ଦୁର୍ଦ୍ଦଶା

       ନଷ୍ଟ କେବଳ ମୋହରି ପାଇଁ ।

ଅ - ତୁମ ପାଇଁ ଏକା ଏ କଳିଙ୍ଗଯୁଦ୍ଧ

      ତୁମପ୍ରେମେ ବନ୍ଧା ଏ ଅଶୋକ

     ନେଇପାରେ ଦୀକ୍ଷା ତୁମେ ଏକା ମୋର

     ଚଣ୍ଡ ଅଶୋକରୁ ଧର୍ମାଶୋକ ।

          


Rate this content
Log in

Similar oriya poem from Classics