STORYMIRROR

Sudhanjali Mishra

Others

3  

Sudhanjali Mishra

Others

ଆମେ ସବୁ କଳାକାର

ଆମେ ସବୁ କଳାକାର

1 min
12.1K

ଜୀବନର ରଙ୍ଗମଞ୍ଚପରେ

ଆମେ ସବୁ କଳାକାର

ନିଖୁଣ ଅଭିନୟ କରି

ଚାଲିଥାଉ ଜୀବନଯାତ୍ରାରେ

ନିର୍ଦ୍ଦେଶ କ୍ରମେ ସମୟ ଓ ସ୍ରଷ୍ଟାର..

ଆମେ ସବୁ କଳାକାର .....।

ସାଧନା ଓ ସର୍ଜନାର

ଶୁଦ୍ଧପୂତ କାରିଗର

ଆମ ନିର୍ମାଣ କଳାକୌଶଳ

ବିଶ୍ବହିତେ ପାରାବାର

ଆମ ତୁଳୀ ଲେଖନୀର

ବିଚିତ୍ର ବେଭାର .....

ଆମେ ସବୁ କଳାକାର .....।

ଜଗତରେ ହସ କାନ୍ଦ ବାଣ୍ଟି

ଢୋକେ ପିଇ ଦଣ୍ଡେ ଜୀଇଁ

ବଂଚିବାର ନେଇ ଅଧିକାର

ତଥାପି ଥକିନୁ ଆମେ

ହସିହସି ବନ୍ଦନା କରୁ କଳାର

ପରକୁ ଆପଣାର କରି

ବାଣ୍ଟିଥାଉ ଅଜସ୍ର ପୁହାର

ଆମେ ସବୁ କଳାକାର ....।

ଏକତାମନ୍ତ୍ରରେ ଦୀକ୍ଷିତହୋଇ

ସମାଜକୁ ବାର୍ତ୍ତାଦେଉ

ବିଶ୍ବଚେତନାର ....

ଆମେ ପଛେ ମରିଯାଉ

ଛାପ ଛାଡିଯାଉ କଳାର

ଆମଲକ୍ଷ୍ୟହେଉ ମଧୁମୟ

ଆମହାତେ ହସିଉଠୁ

ଅପୂର୍ବ ଏ ସୃଷ୍ଟିର ସମ୍ଭାର

ଅପୂର୍ବ ଏ ସୃଷ୍ଟିର ସମ୍ଭାର

ଆମେ ସବୁ କଳାକାର ....।



Rate this content
Log in