STORYMIRROR

Sudhanjali Mishra

Inspirational

3  

Sudhanjali Mishra

Inspirational

ପାଠାଗାର

ପାଠାଗାର

1 min
12K


ପାଠକ ମାନଙ୍କ ପେଣ୍ଠସ୍ଥଳୀ ଅଟ

ହୃଦୟ ଆହ୍ଲାଦେ ପାଠକର

ଥାକ ଥାକ ହୋଇ ଅଛ ଯେ ସଜେଇ

ପୁସ୍ତକମାନଙ୍କ ସୁ ଭଣ୍ଡାର ।।୧।।

ମହାତ୍ମା ମାନଙ୍କ ଉପଦେଶବାଣୀ

ବେଦାଦି ଗ୍ରନ୍ଥ ଦର୍ଶନଶାସ୍ତ୍ର

ପ୍ରବନ୍ଧ,କବିତା,ନାଟକ,ପୁରାଣ

ଉପନ୍ୟାସ ସବୁ ମିଳେ ଏକତ୍ର ।।୨।।

ଜ୍ଞାନର ମନ୍ଦିର ଲାଗଇ ସୁନ୍ଦର

ଶୋଭାପାଏ ସେଠି ଜ୍ଞାନୀଲୋକ

ଏହି ଧରାଧାମେ ପିୟୂସର ଧାର

ହଟାଏ ତିମିର ଦିବ୍ୟାଲୋକ ।।୩।।

ଦେଖିବାକୁ ମିଳେ ସ୍ରଷ୍ଟାଙ୍କର ସୃଷ୍ଟି

ପଢିଲେ ମିଳଇ ଅନେକ ଜ୍ଞାନ

ଉତ୍ତମ ଚାଟର ଆଖ୍ୟା ପାଏ ସେ ତ

ଦେଶ ହିତରେ ଲଗାଏ ମନ ।।୪।।

ଉତ୍ତମ ପାଠକ ହୋଇଥାଏ ଦିନେ

ଉତ୍ତମ ଲେଖକ,ପ୍ରାବନ୍ଧିକ

ପାଠାଗାର ହିତ ଜାଣି ସାଜି ଥାଏ

ପରପିଢିର ମାର୍ଗଦର୍ଶକ ।।୫।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational