STORYMIRROR

Sudhanjali Mishra

Abstract

3  

Sudhanjali Mishra

Abstract

କରୋନା ଯୋଦ୍ଧା

କରୋନା ଯୋଦ୍ଧା

1 min
11.3K

ମୃତ୍ୟୁ ଏକ ଧ୍ରୁବ ସତ୍ୟ ଯେ ଅଟଇ

ଜନମ ମାତ୍ରକେ ମରଣ

ମରି ବି ଅମର ହୁଅଇ ମାନବ

କର୍ମ ହିଁ ତାହାର କାରଣ ।।୧।।

ଗଙ୍ଗଶିଉଳିର ଅଳପ ଆୟୁଷ

ଅମର ସଭିଁଙ୍କ ମନରେ

ସୁବାସ ବିତରି ସମ୍ମାନ ସେ ପାଏ

ଆଦର ଲଭଇ କର୍ମରେ ।।୨।।

ସ୍ବାର୍ଥପର ଭାବ ମନେ ବହି ଜନ

ବଞ୍ଚିଲେ ଅଧିକ ଆୟୁଷ

କି ଲାଭ ହୋଇବ ବଞ୍ଚିବା ତାହାର

ନ ମିଳେ ସମ୍ମାନ କି ଯଶ ।।୩।।

ଜରାଜୀର୍ଣ୍ଣ ପରି ବସ୍ତ୍ର ପରିଧାନ

ଏ ଶରୀର ହିଁ କରିଥାଏ

ଆତ୍ମା ସର୍ବ ଘଟେ ହୋଇ ବିଦ୍ୟମାନ

ପରିବର୍ତ୍ତନ ହେଉଥାଏ ।।୪।।

ଶେଷରେ ଲୋଡ଼ଇ ଛଅ ଖଣ୍ଡ କାଠ

ଚାଖଣ୍ଡେ ଶ୍ମଶାନ ଭୂଇଁର

ଗର୍ବ ଅଭିମାନ କାହିଁକି କରୁଛ ?

ମଣୁଛ ଧରାକୁ ସରାର ।।୫।।

କରୋନା ଯୁଦ୍ଧରେ ସଭିଏଁ ଲଢୁଛେ

ମାନବିକତା ନିକଟରେ

ଡାକ୍ତର ମାନେ ହିଁ ଅଣ୍ଟାଭିଡିଛନ୍ତି

ଦ୍ବିତୀୟ ଈଶ୍ବର ନାମରେ ।।୬।।

ନିଜ ଜୀବନକୁ ବାଜି ଲଗାଇ ସେ

କରନ୍ତି ସେବା ତ ରୋଗୀର

କର୍ତ୍ତବ୍ୟ ଓ ଧର୍ମ ପଥର ଯାତ୍ରୀ ସେ

ଯୋଦ୍ଧା ତ କରୋନା ଯୁଦ୍ଧର ।।୭।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract