STORYMIRROR

Sudhanjali Mishra

Others

3  

Sudhanjali Mishra

Others

ପ୍ରଜାପତି

ପ୍ରଜାପତି

1 min
12.3K


ପରଜାପତିଟି ତରକା ଅତି

ଫୁଲରୁ ଫୁଲକୁ ଉଡିବୁଲେ

ମଧୁକୁ ଶୋଷିଣ ହୋଇ ସେ ଖୁସି

ପରାଗ ସଂଗମ କରିଚାଲେ ।।୧।।

ରଙ୍ଗବେରଙ୍ଗର ଚିତ୍ରିତ ଡେଣା

ହଲାଇକି ଉଡେ ବଗିଚାରେ

ନାନାଜାତିଫୁଲ ଦୋହଲୁଥାନ୍ତି

ପ୍ରଜାପତି ସହ ପବନରେ ।।୨।।

ପ୍ରଜାପତି ମହୁ କରେସଂଗ୍ରହ

ନିଜସ୍ବାର୍ଥ ନିଜ ହିତଲାଗି

ବିନାସ୍ବାର୍ଥରେ ମହୁମାଛି ସଞ୍ଚେ

ପରୋପକାର ଗୁଣରେ ଜାଗି ।।୩।।

ଯାହାକୁ ଯେମିତି ଗଢେ ଦଇବ

ସେମିତି ସେ କାର୍ଯ୍ୟ କରିଥାଏ

ବିଶ୍ବହିତେ ସୃଷ୍ଟି ସୁନ୍ଦର ସ୍ରଷ୍ଟା

ବିବେଚନା କରି ରଚିଥାଏ ।।୪।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍