STORYMIRROR

Sudhanjali Mishra

Abstract

3  

Sudhanjali Mishra

Abstract

ମୁହୂର୍ତ୍ତ

ମୁହୂର୍ତ୍ତ

1 min
11.8K

ହେ ମୁହୂର୍ତ୍ତ

ଚାଲିଯାଅ ତୁମେ ଅନିଚ୍ଛା ସତ୍ତ୍ବେ

କେତେ ବାଧା ଦେଇଛି ତୁମକୁ

ରଖିବା ପାଇଁ ମୋ ମନ ଭିତରେ

ରଙ୍ଗୀନ ସ୍ବପ୍ନ ସବୁ ଭାସି ଆସୁଥିବାର

ଚିତ୍ରପଟ୍ଟର କାନ୍ ଭାସ୍କରେ

ସାଉଁଟି ଚାଲିଛି ମୁହୂର୍ତ୍ତ ମାନଙ୍କ

ସବୁ ସ୍ମୃତିକୁ

ଜାବୋଡି ଧରିଛି ସେହି ମୋହକୁ

ତଥାପି ,ହାତଛିଞ୍ଚାଡି

ଚାଲିଯାଏ ତୁମେ ଅନେକ ଦୂରକୁ

ବିଦ୍ରୂପ କରି କହ ମୋତେ

କିଏ ବା ରୋକିପାରିଛି ମୋ ଗତିବିଧିକୁ

ଚକ୍ରଭଳି ଘୂରୁଥାଏ ମୁଁ ଅନବରତ

ନେଇ ସୁଖ ଦୁଃଖକୁ

ହେ ମୁହୂର୍ତ୍ତ

ସବୁଠାରୁ ବଳୀଯାନ୍ ତୁମେ

କେବେ ତ ମୋହମାୟା ପୂର୍ଣ୍ଣ

କେବେ ପୁଣି ତୁମେ ମୋହଶୂନ୍ୟ

ତୁମେ ଆକାର,ନିର୍ବିକାରର

ଉଭୟ ମିଳନ

ତୁମେ ଅନନ୍ତକାଳର ରୂପାନ୍ତର

ବୁଝେନା ଜୀବନ

କେବେ ତୁମେ ସ୍ଥିତପ୍ରଜ୍ଞ

ଆଉ କେବେ ଅସ୍ଥିର ଭରିଦିଅ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract