ପ୍ରଗତି ପଥେ ଓଡିଶା
ପ୍ରଗତି ପଥେ ଓଡିଶା
1 min
12.1K
ପ୍ରଗତି ପଥେ ଓଡିଶ ଆଜି
ଗଢିଛି ନିଜକୁ ଅନନ୍ୟ
୨୨ତମ ଏସୀୟ ଆଥେଲିଟିକ୍ ପାଇଁ
ନବେ ଦିନ ମଧ୍ୟରେ
କରିଛି ଆୟୋଜନ
ଉନ୍ନତମାନର ଭିତ୍ତିଭୂମିର ନିର୍ମାଣ
ଏହା ହିଁ ଥିଲା,ତାପାଇଁ ଏକ ଆହ୍ବାନ ...।
ସୂଚାଇ ଦିଏ ଆମକୁ ଓଡିଶାର
ଆମ କୋଣାର୍କ ଚକ ....
ସେ ହେଉଛି ଅଦମ୍ୟ ଉତ୍ସାହ
ପରିବର୍ଦ୍ଧିତଶକ୍ତି ଓ ଜନମଙ୍ଗଳପାଇଁ
ଆମ ଅସୀମିତ ଅନ୍ବେଷଣର ପ୍ରତୀକ ।
୪୫ଟି ଏସୀୟ ଦେଶର ଖେଳାଳୀ ମାନଙ୍କୁ
କରୁଛି ସ୍ବାଗତ,ଅତିଥିଦେବ ଭବ ମନ୍ତ୍ରଗାଇ
ଉତ୍କୃଷ୍ଟ ମାନର ନୃତ୍ୟଗୀତ ସହ
ଖେଳର ପ୍ରଦର୍ଶନ ...
ଉଚ୍ଚାଭିଳାଷର ଏକ ପ୍ରକୃଷ୍ଟ ନିଦର୍ଶନ
ସୃଷ୍ଟିକରିଛି ସ୍ବତନ୍ତ୍ର ପରିଚୟ
ଏକବିଂଶ ଶତାବ୍ଦୀପାଇଁ ....।
