ମୋ ଉତ୍କଳ
ମୋ ଉତ୍କଳ
ସମୁଜ୍ଜ୍ବଳ ମୋର ଉତ୍କଳଭୂଇଁ
ଶୋଭେ ନୀଳ ଉତ୍ପଳ ସମ
ଭାରତ ପଙ୍କଜ ଦଳ ତ ଉତ୍କଳ
ବିଶ୍ବବନ୍ଦିତା ଅନୁପମ ....॥୧॥
କୀରତି ଧାରିଣୀ ମନ୍ଦିର ମାଳିନୀ
ଶସ୍ୟ ଶ୍ୟାମଳା ଗିରିବନ
ସତେ ବୀରସୁର ଦାୟୀ ପ୍ରସବିନୀ
ମହିମା ମଣ୍ଡିତା ସୁମନ ....॥୨॥
ସଂସ୍କୃତି ସ୍ଥାପତ୍ୟ ଚାରୁଚିତ୍ରପଟ୍ଟ
ନାହିଁ ତାହାର ପଟାନ୍ତର
ଓଡିଶୀ ସଂଗୀତ ନୃତ୍ୟ ଓ ସାହିତ୍ୟ
ପୀଠସ୍ଥଳୀ ଯେ ସାଧନାର ...॥୩॥
ଭଞ୍ଜ ଉପଇନ୍ଦ୍ର କବି ବଳସୂର୍ଯ୍ୟ
ଉତ୍କଳମଣି ଗୋପବନ୍ଧୁ
ସନ୍ଥ ଭୀମଭୋଇ ଭକ୍ତ ସାଲବେଗ
କରାଇ ପାର ଭକ୍ତିସିନ୍ଧୁ ...॥୪॥
ଓଡିଆ ପାଇକ ଚକରା ବିଷୋଇ
ଧର୍ମପଦ ବାଜିରାଉତ
ପ୍ରାଣବଳିଦେଇ ରଖିଲେ ମହତ
ଚିରକାଳପାଇଁ ଗର୍ବିତ ....॥୫॥
ଜଗତର ନାଥ ଜଗନ୍ନାଥ ପାଇଁ
ଉତ୍କଳ ଏମାଟି ପବିତ୍ର
ତା'ସମ୍ମାନପାଇଁ ସଦା ଜାଗରୁକ
ହୋଇବା ଆମେରେ ଏକତ୍ର ...॥୬॥