STORYMIRROR

Bhagirathi Mohanty

Abstract Classics Inspirational

3  

Bhagirathi Mohanty

Abstract Classics Inspirational

ଶୀତ ଗୀତ

ଶୀତ ଗୀତ

1 min
319

ଶୀତ ଗୀତଶୀତ ଆସିଲାଣି ଶୀତ ଆସିଲାଣି  

କିଏ ଦିଏ କାନେ କହି,

କମ୍ବଳ ରେଜେଇ ସଜ କରିଥା'

ସୁଖ ନିଦେ ଯିବ ଶୋଇ ।


ସତେ କି ସେ ଶୀତ ବାହୁଡ଼ି ଆସିବ

 ତନୁ ମନ ଦେବ ଧୋଇ,

ଧାନ କଢୀ ପରେ କାକର ବସିବ

ସତେ କି ମୁକୁତା ସେହି । 


ଖଡା ମାରିବାକୁ ଯିବ ଚଷା ପୁଅ

ମୁଖେ ଥିବ 'ହରି ବୋଲ

ମା' ଛାତି ପରେ ଶୋଇଥିବ ଶିଶୁ

କରୁଥିବ କଲବଲ।


ରକମ ରକମ ଫୁଲ ଫୁଟି ଥିବ

  ଏକା ପଦ୍ମିନୀ ନୁହଇ,

ଶିଶିର ପଡ଼ିଲେ ସିଏ ନାଶ ଯିବ

 ପ୍ରିୟ ମୁଖ ନ ଦିଶଇ ।


ହାଡ଼ ଭଙ୍ଗା ଶୀତ ଆଉ କି ଫେରିଵ

ନିଆଁ ସତେକି ଅମୃତ,

ଚୂଲି ମୂଳେ ବସି ଖାଉଥିବ ଭାତ

ଚଷା ତୁଣ୍ଡେ ଥିବ ଗୀତ ।


ଭୋର ଭୋର ସକାଳ ସକାଳ

ଠାଏ ଠାଏ ଗାଁ ଦାଣ୍ଡେ,

କାଠି ଚୋପରା ର ଧୂନୀ ଜଳୁଥିବ

ଲିଭି ଯାଉଥିବ ଚାଣ୍ଡେ ।


ଵିନାଶ କାଳରେ ବିପରୀତ ବୁଦ୍ଧି

ବଦଳି ଗଲାଣି ସବୁ,

 ଗାଁ ବି ଗଲାଣି ଶୀତ ବି ଗଲାଣି

ଗଲା ଦିନ ସଦା ଭାବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract