STORYMIRROR

Jashobanta Biswal

Classics Others

3  

Jashobanta Biswal

Classics Others

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
303


ଘେନ ନିବେଦନ ଆହେ ଆର୍ତ୍ତତ୍ରାଣ 

   ଏତିକି ମାଗୁଛି ଭିକ 

ତୁମ୍ଭ ଶ୍ରୀ ଚରଣେ ସ୍ଥାନ ଦିଅ ପ୍ରଭୁ 

   ହୋଇ ଅଛ କି ମୁକ । ୧

ନିଃଶ୍ୱାସ ମୋହର ତୁଟିବା ଆଗରୁ 

   କୈବଲ୍ୟ ଟିକିଏ ମିଳୁ 

ଦିପ ଶିଖା ଟିଏ କରି ଦିଅ ହରି 

  ତୁମ୍ଭ ଶ୍ରୀ ପୟରେ ଜଳୁ ।୨

ଇଚ୍ଛା ମୋର ତୁମ୍ଭ ଚନ୍ଦନ ମୁଖକୁ 

  ଦେଖି ପାରିବି କି ଥରେ 

ହୃଦୟ କାନ୍ଦୁଛି ମନ ମୋ ଝୁରୁଛି 

   ଭିକ ମାଗୁଛି ଆତୁରେ ।୩

ବଡ଼ ଦାଣ୍ଡ ଧୂଳି ଲାଗି ପାରିବ କି 

   ଏଇ ପାପୀ ପୟରେ 

ଚକା ଚକା ଆଖି ଶୁଣିଛି କର୍ଣ୍ଣ ରେ 

   ଦେଖିବାକୁ ଇଚ୍ଛା କରେ ।୪

କେତେ ଦିନ ହରି ଦୂରେଇ ରଖିବ 

   ଆତୁର ହେଉଛି ମୁହିଁ 

ତୁମ୍ଭେ ମୁକ ହେଲେ ବାଚାଳ ମୁହଁରୁ 

    ଶବ୍ଦ କି ଶୁଭିବ ନାହିଁ  ।୫

ଅଭିମାନ ମୋର ରହିଲା ଠାକୁରେ

    ସହିବି ସବୁ ତ କଷଣ 

ଦାସିଆ ବାଉରୀ ସୁଦାମାଙ୍କ ପରି 

    ନେବି ନାହିଁ ଆଉ ଶରଣ ।୬ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics