STORYMIRROR

Jashobanta Biswal

Comedy

3  

Jashobanta Biswal

Comedy

ଆଧୁନିକ ନାରୀ

ଆଧୁନିକ ନାରୀ

1 min
230

ଆଧୁନିକ ନାରୀ ଛଟକ ଛଇ 

    ଉପରେ ହଁ କୁ ଭିତରେ ନାହିଁ ,

ଆଧୁନିକ ନାରୀ ବେଶୀ ସୁନ୍ଦରୀ

    ପିଲାଙ୍କ ହୃଦୟ ନିଅନ୍ତି ମୋହି।। ୧


ଆଧୁନିକ ନାରୀର ନାହିଁ ଓଢ଼ଣୀ 

    ମୁରୁକି ହସରେ ଦିଏ ସେ ହାଣି,

ଆଧୁନିକ ନାରୀ ଚଞ୍ଚଳ ମନ 

     ପାର୍କ ବୁଲାବୁଲି ମନ ଉଚ୍ଛନ୍ନ।।୨


ଆଧୁନିକ ନାରୀ ନାହିଁ ସଂସ୍କାର 

    ସିନ୍ଦୂର ପିନ୍ଧେନି ଦିଏ ବରାଦ, 

ଆଧୁନିକ ନାରୀ ଚହଟ ମଲି 

    ଭୁଲ କରି ଦେଲେ ଦିଅନ୍ତି ଗାଳି।।୩


ଆଧୁନିକ ନାରୀ ମିଠା ଚାହାଣୀ

    ଗରଜିଲେ ମେଘ ବରଷେ ପାଣି,

ଆଧୁନିକ ନାରୀ ଚିକଣ ବେଶୀ 

    ଉପରେ ହସନ୍ତି ଭିତରେ ଶୋଷି।।୪


ଆଧୁନିକ ନାରୀ କଥା ବହୁଳ 

   ଗିଳି ଦିଅନ୍ତି ସିଏ ଯେତେ ଦେଉଳ,

ଆଧୁନିକ ନାରୀ ମନ ଚଞ୍ଚଳ 

    ସମୟ ନାହିଁଟି ନାହିଁ ଯେ ବେଳ।।୫


ଆଧୁନିକ ନାରୀ ବେଶୀ ଗର୍ବିତା

      ମନ୍ଦିର ଯାଇ ଯାଳେ ସଳିତା

ଆଧୁନିକ ନାରୀ ସୁନା ହରିଣୀ

      ମିଡି ମିଡି ଆଖି ନିଅନ୍ତି ଟାଣି ୬


ଆଧୁନିକ ନାରୀ ଶିକ୍ଷିତ ବେଶୀ 

     ପୁରୁଷ ଜାତିଙ୍କ ଭିତରେ ପଶି,

ଆଧୁନିକ ନାରୀ କର୍ମ ତତ୍ପର 

    ସମୟ ଆସିଲେ ଦିଅନ୍ତି ଉତ୍ତର।।୭।


ମିଠା ମିଠା ହସ ବାଙ୍କ ଚାହାଣୀ 

    ବେଳେ ବେଳେ ସିଏ ମୁକୁତାମଣି,

କି ରୂପେ ବର୍ଣ୍ଣିବି ଆଧୁନିକ ନାରୀ

   ସମୟ ପଡିଲେ ସେ ରକ୍ଷା କାରିଣୀ।।୮। 


ବି :ଦ୍ର : କବିତାଟି କାହାକୁ ଟାର୍ଗେଟ କରି ଲେଖା ଯାଇନାହିଁ 

   ଭୁଲ ଥିଲେ କ୍ଷମା କରି ଦେବେ, କବିତାଟି ବ୍ୟଙ୍ଗ ଅଟେ 

       




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy