STORYMIRROR

Jashobanta Biswal

Others

3  

Jashobanta Biswal

Others

ନାସ୍ତିକ

ନାସ୍ତିକ

1 min
438


ନୀତି ଜ୍ଞାନ କେବେ ଶୁଣେ ନାହିଁ ସିଏ

    ଚାଳକୁ ଛପର କରେ

ଯେତେ ବୁଝେଇଲେ ବୁଝେ ନାହିଁ ଜମା

    ନାସ୍ତିକ ମଣିଷ ସିଏ।    ।୧।


ଠାକୁର ଦେବତା ପୂଜେ ନାହିଁ କେବେ

    ମନେ ଭରି ଅହଂକାର

ସେବା ଧର୍ମ କେବେ କରେ ନାହିଁ ସିଏ

    ନଥାଏ ଶିକ୍ଷା ସଂସର।  । ୨।


ତ୍ୟାଗର ମହାନତା ଜାଣେ ନାହିଁ ସିଏ

    ଲୋଭାଶକ୍ତ ତାର ମନ

ତିଳେ ମାତ୍ର ନାହିଁ ଭାବର ସମ୍ପର୍କ

     ନାସ୍ତିକ ମଣିଷ ଜାଣ।  । ୩।


ନାସ୍ତିକ କେବେ ବିଶ୍ୱାସ ନ କରେ 

   ପୁରାଣ ସଂସ୍କୃତି ଗାଥା

ଉଚ୍ଚ ଶିକ୍ଷିତ ହୋଇ ଭାଷଣ ମାରେ

    ବଖାଣି ବିଜ୍ଞାନ କଥା।   ।୪।


ଚରିତ୍ର କେମିତି ଜାଣେ ନାହିଁ କିଛି 

   ପର ଚର୍ଚ୍ଚା କରୁ ଥାଏ 

କୁଟ କପଟ ରେ ପେଟ ଭରେ ନୀତି 

    ନାସ୍ତିକ ମଣିଷ ସିଏ    ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍