ମାନବିକତା
ମାନବିକତା
ମଣିଷ ଜନମ ଲଭିଛୁ
କେତେ ଯେ ପୁଣ୍ୟ ବଳେ
ଅପ ବ୍ୟବହାର କରି ସଦା
ଚାଲୁ ଅଛୁ କାଳ ବଳେ । ୧।
ବିନା ଦୋଷ ଟା ରେ
କରି ଦେଲୁ ଦଣ୍ଡ ବିଧାନ
ଅପବାଦ ସହି ପାରି ନା ଲି ସେହି
ହୋଇ ଗଲା କ୍ଷଣି ଲୀନ ।୨ ।
ଘରୁ ଚାଲି ଯାଏ ପୁଅ ବାହାରି
ଘରୁ ନେଲା ସବୁ ସାଉଟି
ମା ଆଖିରୁ ସବୁ ଲୁହ ଝରି
ଭିଜି ଯାଏ ଓଠ ପାଟି ।୩।
ନିଜ ରକ୍ତ ଆଜି ଶୋଷି ନିଏ ସବୁ
ମା ବାପାଙ୍କର ରକ୍ତ
ଏମିତି ଦିନ ବି ଦେଖି ବାକୁ ଥିଲା
ମା ବାପାଙ୍କୁ ପଡ଼ିଲା ସଙ୍କଟ ।୪।
ଅନ୍ଧ, ମୁକ , ବଧିର ମଣିଷ କୁ
ଦେଉ ଅଛୁ ଯେତେ କଷ୍ଟ
ଦିନ ତ ଆସିବ ସମୟ ସହିତ
ହଜି ଯିବେ ସର୍ବ ଶ୍ରେଷ୍ଟ ।୫।
ମଣିଷ କାଟୁଛି ମଣିଷକୁ ଆଜି
ଲୋଭ ମୋହ ମାୟା ଧରି
ଜନମ ନେଇଛୁ ଆରେ ତୁ ମଣିଷ
ମଣିଷ ସାଥେ ହେଉଛୁ ଅଇରି।୬।
