STORYMIRROR

Jashobanta Biswal

Tragedy Others

3  

Jashobanta Biswal

Tragedy Others

ମାନବିକତା

ମାନବିକତା

1 min
349


ମଣିଷ ଜନମ ଲଭିଛୁ 

         କେତେ ଯେ ପୁଣ୍ୟ ବଳେ 

ଅପ ବ୍ୟବହାର କରି ସଦା 

         ଚାଲୁ ଅଛୁ କାଳ ବଳେ । ୧।

ବିନା ଦୋଷ ଟା ରେ 

         କରି ଦେଲୁ ଦଣ୍ଡ ବିଧାନ 

ଅପବାଦ ସହି ପାରି ନା ଲି ସେହି 

          ହୋଇ ଗଲା କ୍ଷଣି ଲୀନ ।୨ ।

ଘରୁ ଚାଲି ଯାଏ ପୁଅ ବାହାରି 

         ଘରୁ ନେଲା ସବୁ ସାଉଟି 

ମା ଆଖିରୁ ସବୁ ଲୁହ ଝରି 

            ଭିଜି ଯାଏ ଓଠ ପାଟି ।୩।

ନିଜ ରକ୍ତ ଆଜି ଶୋଷି ନିଏ ସବୁ 

             ମା ବାପାଙ୍କର ରକ୍ତ 

ଏମିତି ଦିନ ବି ଦେଖି ବାକୁ ଥିଲା 

           ମା ବାପାଙ୍କୁ ପଡ଼ିଲା ସଙ୍କଟ ।୪।

ଅନ୍ଧ, ମୁକ , ବଧିର ମଣିଷ କୁ 

            ଦେଉ ଅଛୁ ଯେତେ କଷ୍ଟ 

ଦିନ ତ ଆସିବ ସମୟ ସହିତ 

              ହଜି ଯିବେ ସର୍ବ ଶ୍ରେଷ୍ଟ ।୫।

ମଣିଷ କାଟୁଛି ମଣିଷକୁ ଆଜି 

             ଲୋଭ ମୋହ ମାୟା ଧରି 

ଜନମ ନେଇଛୁ ଆରେ ତୁ ମଣିଷ 

           ମଣିଷ ସାଥେ ହେଉଛୁ ଅଇରି।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy