ତୁମ ନିରବତା
ତୁମ ନିରବତା
ଘେନ ନିବେଦନ ଆହେ ଆର୍ତ୍ତତ୍ରାଣ
ଏତିକି ମାଗୁଛି ଭିକ
ତୁମ୍ଭ ଶ୍ରୀ ଚରଣ ସ୍ଥାନ ଦିଅ ପ୍ରଭୁ
ହୋଇ ଅଛ କି ମୁକ ।
ନିଃଶ୍ୱାସ ମୋହର ତୁଟିବା ଆଗରୁ
କୈବଲ୍ୟ ଟିକିଏ ମିଳୁ
ଦୀପଶିଖା ଟିଏ କରି ଦିଅ ହରି
ତୁମ୍ଭ ଶ୍ରୀ ପୟରେ ଜଳୁ ।
ଇଚ୍ଛା ମୋର ତୁମ୍ଭ ଚନ୍ଦନ ମୁଖକୁ
ଦେଖି ପାରିବି କି ଥରେ
ହୃଦୟ କାନ୍ଦୁଛି ମନ ମୋ ଝୁରୁଛି
ଭିକମାଗୁ ଅଛି ଆତୁରେ ।
ବଡ଼ ଦାଣ୍ଡ ଧୂଳି ଲାଗି ପାରିବ କି
ଏଇ ପାପୀ ପୟରେ
ଚକାଚକା ଆଖି ଶୁଣିଛି କର୍ଣ୍ଣରେ
ଦେଖିବାକୁ ଇଚ୍ଛା ମୁରେ ।
କେତେ ଦିନ ହରି ଦୂରେଇ ରଖିବ
ସୁଦାମା କୁ ଦେଲ ଟି ଧରା
ମୁକ ଯଦି ତୁମ୍ଭେ ନେତ୍ର ନାହିଁ କି ତୁମ୍ଭର
ଦୁଃଖୀ ଦୁଃଖ ହରପରା ।
ତୁମ ନିରବତା ବୁଝିପାରୁ ନାହିଁ
କେଉଁ ଦୋଷ ଅବା ମୋର
ନୀରବ ରହିଲେ ତୁମ୍ଭେ ହେ ମୁରାରି
ଆଉ କେ ହରିବ ଦୁଃଖ ମୋର ।।
