STORYMIRROR

Jashobanta Biswal

Others

3  

Jashobanta Biswal

Others

ନିସଂଗତା

ନିସଂଗତା

1 min
272


ବେଳେ ବେଳେ ମଣିଷକୁ ବାଧ୍ୟ କରେ ନିସଂଗତା ପାଇଁ 

ଏଇତ ଜୀବନ , ଏଇ ତ ସଂସାର 

ମୁଁ ଦିନେ ଖୋଲା ଆକାଶ ତଳେ ଜୀବନ ବିତାଉ ଥିଲି 

ପ୍ରକୃତି ଆଉ ପରିସ୍ଥିତି ର ଦୋ ଛକି ଜୀବନ 

ଏମିତି ମୋଡ଼ ରେ ଆସି ପହଞ୍ଚି ଯିବ 

ମୁଁ ଭାବି ନ ଥିଲି 

ମୁଁ ଉଡ଼ି ବୁଲୁ ଥିଲି ମୁକ୍ତ ଆକାଶ ତଳେ 

ଟାଙ୍ଗରା ଭୂଇଁ ର ସ୍ପର୍ଶରେ ହଜି ଯାଉ ଥିଲି 

ହେଲେ ସବୁ ବାସ୍ତବରେ ଉଭେଇ ଗଲା 

ଫୁଲ ଟିଏ ହୋଇ ଫୁଟି ଥିଲି ହେଲେ ଝାଉଁ ବଣରେ ହଜି ଗଲା 

ସମୟ ଚକ୍ର ରେ ଛନ୍ଦି ହୋଇ ଗଲି 

ହେଲେ ଆଜି ମୁ ନିସଂଗତ ଜୀବନ ବିତାଉଛି ,

ନା ସୂର୍ୟ ର କିରଣ ମୋ ଦେହ ରେ ବାଜୁଛି,

ନା ଠିକ ରେ ସୋଇ ପାରିଛି ନା ଠିକ୍ ରେ ରହି ପାରୁଛି 

ଅନ ଅନ୍ଧାର କୋଠରୀରେ ବାସ୍ତବ ଜୀବନକୁ ଅନୁସରଣ କରୁଛି 

ମନେ ପକାଉଛି ଅତୀତ ର କଥା କୁ , ହଜି ଯାଇ ଥିବା ସ୍ମୃତି କୁ 

ମୁଁ ଦୋଷୀ ସାଜି ଅନ୍ଧାର କୋଠରୀରେ କଳତି ପାତ କରୁଛି 

ନା କେହି ମୋ ପାଖରେ ଠିଆ ହେବା ପାଇଁ ଲୋକ ନା ବନ୍ଧୁ ପରିଜନ 

ମୋର ଭୁଲ କେଉଁଠି ମୁ ବି ଜାଣି ନି 

ଅକୁହା କଥା କୁ କହିବା ପାଇଁ ଆଜି ମୋର ସାହାରା ଟିଏ ନାହିଁ 

କେତେ ଦିନ 

ଆଉ କେତେ ଦିନ ଏ ସମାଜ ମୋତେ ଘୃଣା ର ଚକ୍ଷୁ ରେ ଦେଖିବ

କେତେ ଦିନ ପରେ ମୁ ସୁରୁଜ ଦେଖିବି 

ନା ଏମିତି ଏ ଜୀବନ ଟା କଣ ଏ କାଳ କୋଠରୀରେ ବିତି ଯିବ 

ନା ହଜି ଯିବ ସବୁ ସ୍ଵପ୍ନ 

 ନା ନିସଂଗତା ହୋଇ ରହି ଯିବି ସାରା ଜୀବନ ।



Rate this content
Log in