ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଶୋଇ ଥିଲି ଘନେ ଦେଖିଲି ନୟନେ
ଅଦୃଶ୍ୟ ବୟସି ନାରୀ
ପଲଙ୍କ ରୁ ପଡ଼ି ଉଠିଲି ଚମକି
ଦେଲି ତାକୁ ମୁଁ ପଚାରି ।
ଉତ୍ତର ନାହିଁ କି ହସ ବି ନାହିଁ
ଶୁନ ଶାନ ଚାରି ଆଡେ଼
ଏକୁଟିଆ ଥିଲି ରଡ଼ି ଦେଲି ଛାଡି
ଘନ କୁହୁଡି ଅନ୍ଧାରେ ।
ଉଠିଣ ଆସିଲା କୋଠା ଜଗୁଆଳି
କଣ ହେଲା କି ଆଜ୍ଞା ତୁମର
କିଛି ଗୋଟେ ଆତ୍ମା ଅଛି ଏଠି ଭାଇ
କହି ଦେଲି ହୋଇ ଥର ଥର ।
ଦୀର୍ଘ ଦିନ ତଳର ଘଟଣା
ଏ ପେଟ ରାସ୍ତା ଦେଇ ଫେରନ୍ତା ଝିଅ
ଟେକି ଆଣି ଥିଲେ କୋଠା ଭିତରକୁ
ବଳାତ୍କାର କରି ମାରି ଦେଲେ ଚାରୋଟି ପୁଅ ।
ସେହି ଦିନ ଠାରୁ ତାର ଆତ୍ମା ଏଠି
ରାତି ଦିନ ଛଟ ପଟ ହୁଅଇ
ପ୍ରତିଶୋଧ ନିଶା ରେ ଖୋଜୁ ଅଛି ସିଏ
ଅତୃପ୍ତ ଆତ୍ମା ଟେ ହୋଇ
ଅତୃପ୍ତ ଆତ୍ମା ଟେ ହୋଇ , ଅତୃପ୍ତ ଆତ୍ମା ଟେ ହୋଇ ।