ପାଏନ୍
ପାଏନ୍
ବନ୍ଧ୍ କଁଟାର୍ ପାଏନ୍ ହେଲା ଗୁନ୍ଦାଲ
ହେଲାଦିନୁ ମାଛ୍'ଚାଷ୍
କ୍ଷେତେ ବିଷ୍ ଦେଇ ଚାଷି ବୁପୁରା
ପାଏନ୍'କେ କରୁଛେ ନାଶ୍ ।
କଲ୍ କାର୍'ଖାନାନୁ ବାହାରିଲା ପାଏନ୍
ଛାଡ଼ି ଦଉଛୁ ନଏଦ୍'କେ
ବିକାଶ ନାଆଁଥି ବିନାଶ୍ କରୁଛୁ
ଦୂଷିତ୍ କରୁଛୁ ପାଏନ୍'କେ ।
ଗଛ୍ କାଟିକରି ପଦା କରୁଛୁ
ବିଗ୍'ଡ଼ି ଯାଉଛେ ପରିବେଶ
ଅଦିନେ ହେଲେଁ ବଢ଼ି ମର୍'ଡି
ହାହାକାର୍ ହେସି ଦେଶ୍ ।
ପର୍'କୁତିର୍ ଦାନ୍ ପାଏନ୍ କେ
ଆମେ ନି ପାରୁଛୁ ଚିହ୍ନି
ସବୁ ପାଏନ୍'କେ ଦୂଷିତ୍ କରି
ଇହାଦେ ପୁଉଛୁଁ ଘିନି ।
ପାଏନ୍ ବିନେ ଇ ଜୀବ ଜଗତ୍
ଘାଏକେ ଜିବା ସର୍'କଟି
ପାଏନ୍ ଛଁଚି ରଖ ନି ହେଲେ ମର୍'ବ
ଛାଡ଼ିଯିବା ସବୁ ଭୁର୍'କୁଟି ।
ପାନିର୍ ଦୁସ୍'ରା ନାଆଁଟା ପରାନ୍
ପାଏନ୍ ଆମର୍ ଜୀବନ୍
ପାଏନ୍ ବଢ଼ି ହେଲେ ପାଏନ୍ ସରି ଗଲେଁ
ଜୀବ୍ ଜଗତ୍ ହେବା ପତନ୍ ।

