STORYMIRROR

ଶ୍ଯାମସୁନ୍ଦର କୁମ୍ଭାର

Inspirational

3  

ଶ୍ଯାମସୁନ୍ଦର କୁମ୍ଭାର

Inspirational

ଅବଶୋଶ

ଅବଶୋଶ

1 min
198

 ସ୍ୱାଧିନ ଓ ସ୍ୱାଭିମାନ ସହ ବଞ୍ଚିବାର ସବୁ ମଣିଷର ମୌଳିକ ଅଧିକାର

ହେଲେ ମୋ ପାଇଁ ଟଣା ହୋଇଛି

ଲକ୍ଷ୍ମଣ ରେଖା

ଜାତି ବର୍ଣ୍ଣ ବ୍ୟବସ୍ଥା ଭିତରେ ବନ୍ଧା ପଡ଼ିଛି

ମୋ ମାନବିକତା

ମାଆ ଯେପରି ନିର୍ବିକାର ଭାବେ

ସନ୍ତାନର ମଳମୂତ୍ର ସଫାକରି

ପାଳନ କରନ୍ତି

ମୁଁ ସେହିପରି ପରିବେଶ ସଫାକରି

ସମାଜକୁ ରଖେ ରୋଗ ମୁକ୍ତ

ହେଲେ ମୋର ଅବଦାନ 

କେହି ନ ବୁଝନ୍ତି

ବୁଲା କୁକୁର ଛୁଇଁଦେଲେ ପାଣି 

ମନ୍ଦିରକୁ ପଶିଯାଇ କଲେ ବି ପରିସ୍ରା

ନ ହୁଏ ଅପବିତ୍ର

ହେଲେ ପଶି ନ ପାରଇ ମୁହିଁ

ଏ କି ନିତୀ ଆଦର୍ଶ ବିଚାର

ପର ଉପକାରୀ ଜଲେ ନିର୍ଯ୍ୟାତନା ପାଇ


ବେଳେବେଳେ ଭାବେ ଛାଡ଼ିଦେବି ଏହି କର୍ମ

ବିବେକ ମୋ ବାଧା ଦିଏ ଛାଡ଼ନାରେ ବାୟା

ଏ ସମାଜ ହୋଇଯିବ ଧ୍ୱଂସ

ଏକ ପଟେ ଦାୟିତ୍ୱବୋଧତା

ଅନ୍ୟପଟେ ସମାଜର ହୀନ ମନୋଭାବ

ମଣିଷକୁ ନ ମିଳଇ ମଣିଷ ମର୍ଯ୍ୟାଦା

ଅତୃପ୍ତ ମନ ମୋହର ହୁଏ ନାହିଁ ତୃପ୍ତ

ବ୍ୟତିବ୍ୟସ୍ତ ହୋଇ ରହିଯାଏ ଅବଶୋଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational