STORYMIRROR

ଶ୍ଯାମସୁନ୍ଦର କୁମ୍ଭାର

Inspirational

3  

ଶ୍ଯାମସୁନ୍ଦର କୁମ୍ଭାର

Inspirational

ବ୍ୟତିକ୍ରମ

ବ୍ୟତିକ୍ରମ

1 min
264

 ସକଳ ଜ୍ଞାନର ଅଧିକାରୀ ବୋଲି

ଜୀବ ମଧ୍ୟେ ନର ଶ୍ରେଷ୍ଠ

ସକଳ ଜୀବଙ୍କ ସୁରକ୍ଷା କରିବା 

ମାନବ ହାତରେ ନ୍ୟସ୍ତ


ପଶୁ ପକ୍ଷୀ କୀଟ ପତଙ୍ଗ ସହିତେ

ସରିସ୍ରୁପ ନାନା ଜାତି

ଯେଝା ଜାତି ମଧ୍ୟେ ନାହିଁ ଅହଂଭାବ

ଅଛି ଅଭେଦ ପିରତି


ମଣିଷ ବାପୁଡ଼ା ସ୍ୱାର୍ଥେ ଅନ୍ଧ ହୋଇ

ଜୀବେ କରେ ଅତ୍ୟାଚାର

ପଶୁ ପକ୍ଷୀଙ୍କର ଶାନ୍ତି ସହ ଲୁଟେ

ବଞ୍ଚିବାର ଅଧିକାର


ଧନ ପଣ ଭୋଗ ବିଲାସ ବ୍ଯସନ

ପ୍ରଭାବ ବିସ୍ତାର ପାଇଁ

ହିଂସା ଅହଂକାର ମିଥ୍ୟାର ଆଶ୍ରୟ

ନିଏ ସ୍ୱାର୍ଥେ ଅନ୍ଧ ହୋଇ


ଭୁଲିଯାଏ ନର ପର କି ଆପଣା

ହରାଏ ମାନବିକତା

ନିଜର ପ୍ରତିଷ୍ଠା ବିସ୍ତାର ପାଇଁ କି

କରିଦିଏ ନର ହତ୍ୟା


ସକଳ ମଣିଷ ଏକ ଜାତି ହେଲେ

ଜାତି କରି ବିଭାଜନ 

କିଏ ଉଚ୍ଚ ଜାତି ବୋଲାଏ ଏଇଠି

ଆଉ କେ ଅସ୍ପୃଶ୍ୟ ହୀନ


ପଶୁ ପକ୍ଷୀ ହୋଇ ସମ ଜାତି ପ୍ରୀତି

ରଖିଥିବା ବେଲେ ଜାଣ

ସକଲ ଜ୍ଞାନର ଅଧିକାରୀ ନର

କରେ ତାର ବ୍ୟତିକ୍ରମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational