ଦେବ ନାହିଁ ମୋତେ ଅପବାଦ
ଦେବ ନାହିଁ ମୋତେ ଅପବାଦ
ପୃଥିବୀ ପ୍ରୁଷ୍ଠରେ ସବୁ ଜୀବଙ୍କର
ବଞ୍ଚିବାର ଅଛି ଅଧିକାର
ସାମାନ୍ଯ ସ୍ବାର୍ଥରେ ମଣିଷ ସମାଜ
ପରିବେଶ କରେ ଛାରଖାର ।
କ୍ଷେତଖଲା ଠାରୁ ପାହାଡ଼ ଜଙ୍ଗଲ
ସବୁଠାରେ ନିଆଁ ଜଲୁଅଛି
ବୃକ୍ଷ ଲତା ସହ ଔଷଧିୟ ଦ୍ରୁମ
ଜଲି ଜଲି ଖାର ହେଉଅଛି ।
ବୃକ୍ଷର ସହିତ କେତେ ଜୀବଜନ୍ତୁ
ସେ ଅନଳେ ପୋଡ଼ି ମରୁଛନ୍ତି
ମୃତ୍ତିକାରେ ଥିବା ସବୁ ଅଣୁଜୀବ
ଜଲିପୋଡ଼ି ଧ୍ବଂସ ହେଉଛନ୍ତି
ଜଙ୍ଗଲକୁ କାଟି ଧ୍ବଂସ କରୁଅଛ
ବଣଜୀବ ଗ୍ରାମ ଅଭିମୁଖୀ
ମଣିଷଙ୍କୁ କେବେ ମାରି ଦେଉଛନ୍ତି
କେବେ ନର ହାତେ ମରୁଛନ୍ତି
ଉର୍ବରତା ନଷ୍ଟ ହେଉଛି ମାଟିର
ଶସ୍ଯ ଉତ୍ପାଦନ ହୁଏ ହ୍ରାସ
ବୃକ୍ଷ ହୀନ ହୋଇ ଧରଣୀ ଦେବୀ ଯେ
ମଣିଷକୁ କରେ ଉପହାସ
ତୁମ ପାଇଁ ମୁହିଁ ଯାହା ସାଉତୁଛି
ତାହା ତୁମେ କରୁଅଛ ନାଶ
ସମୟ ଆସିବ ଜୀବଜଗତର
ସତ୍ତା ଏ ପୃଥ୍ବୀରୁ ହେବ ଲୋପ
ମୋ ଉପରେ ଯେତେ ଅତ୍ଯାଚାର କର
କରୁ ନାହିଁ ମୁହିଁ ପ୍ରତିବାଦ
ପ୍ରାକୃତିକ୍ ବିପଦ ଆସିବା ସମୟେ
ଦେବ ନାହିଁ ମୋତେ ଅପବାଦ