STORYMIRROR

ଶ୍ଯାମସୁନ୍ଦର କୁମ୍ଭାର

Horror Action Crime

4  

ଶ୍ଯାମସୁନ୍ଦର କୁମ୍ଭାର

Horror Action Crime

ଦେବ ନାହିଁ ମୋତେ ଅପବାଦ

ଦେବ ନାହିଁ ମୋତେ ଅପବାଦ

1 min
408

ପୃଥିବୀ ପ୍ରୁଷ୍ଠରେ ସବୁ ଜୀବଙ୍କର

ବଞ୍ଚିବାର ଅଛି ଅଧିକାର

ସାମାନ୍ଯ ସ୍ବାର୍ଥରେ ମଣିଷ ସମାଜ

ପରିବେଶ କରେ ଛାରଖାର ।


କ୍ଷେତଖଲା ଠାରୁ ପାହାଡ଼ ଜଙ୍ଗଲ

ସବୁଠାରେ ନିଆଁ ଜଲୁଅଛି

ବୃକ୍ଷ ଲତା ସହ ଔଷଧିୟ ଦ୍ରୁମ

ଜଲି ଜଲି ଖାର ହେଉଅଛି ।


ବୃକ୍ଷର ସହିତ କେତେ ଜୀବଜନ୍ତୁ

ସେ ଅନଳେ ପୋଡ଼ି ମରୁଛନ୍ତି

ମୃତ୍ତିକାରେ ଥିବା ସବୁ ଅଣୁଜୀବ

ଜଲିପୋଡ଼ି ଧ୍ବଂସ ହେଉଛନ୍ତି


ଜଙ୍ଗଲକୁ କାଟି ଧ୍ବଂସ କରୁଅଛ

ବଣଜୀବ ଗ୍ରାମ ଅଭିମୁଖୀ

ମଣିଷଙ୍କୁ କେବେ ମାରି ଦେଉଛନ୍ତି

କେବେ ନର ହାତେ ମରୁଛନ୍ତି 


ଉର୍ବରତା ନଷ୍ଟ ହେଉଛି ମାଟିର

ଶସ୍ଯ ଉତ୍ପାଦନ ହୁଏ ହ୍ରାସ

ବୃକ୍ଷ ହୀନ ହୋଇ ଧରଣୀ ଦେବୀ ଯେ

ମଣିଷକୁ କରେ ଉପହାସ


ତୁମ ପାଇଁ ମୁହିଁ ଯାହା ସାଉତୁଛି

ତାହା ତୁମେ କରୁଅଛ ନାଶ

ସମୟ ଆସିବ ଜୀବଜଗତର 

ସତ୍ତା ଏ ପୃଥ୍ବୀରୁ ହେବ ଲୋପ


ମୋ ଉପରେ ଯେତେ ଅତ୍ଯାଚାର କର

କରୁ ନାହିଁ ମୁହିଁ ପ୍ରତିବାଦ

ପ୍ରାକୃତିକ୍ ବିପଦ ଆସିବା ସମୟେ 

ଦେବ ନାହିଁ ମୋତେ ଅପବାଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror