ଅନ୍ଧାର
ଅନ୍ଧାର
ଅନ୍ଧାର ରାତିରେ ଭୟ ଲାଗେ କେତେ
ରୋମାଞ୍ଚିତ କ୍ରମେ କ୍ରମେ
ଦ୍ରୁତ ଅଭିବୃଦ୍ଧି କରଇ ଅନ୍ଧାର
ଯାଉ ଯାଉ ଦୂର କାମେ ।
ଶୁଣା ଯାଉ ଥିବା ଲୋକ ବାକ କଥା
ରାତି ପ୍ରାୟ ବଢି ବଢି
ଚାଲିବ। ସହିତ ମନ ପ୍ରାଣ ଭୀତ
ହୋଇ ଉଠଇ ଶିହରୀ ।
ଅନ୍ଧାର ରାତିରେ ଅନ୍ଧାର କୋଳରେ
ଭୁତ ପ୍ରେତ ଥାନ୍ତି ରହି
ଉଆଷ ରେ ଏହି ଭୁତ ପ୍ରେତଙ୍କର
ସଂଖ୍ୟା ଯାଇ ଥାଏ ବଢ଼ି ।
କିନ୍ତୁ ଦିନେ ସନ୍ଧ୍ୟା ବେଳକୁ ଫେରିବା
ବାଟରେ ଅନ୍ଧାର ରାତି
ମାଡ଼ି ମାଡ଼ି ବଢି ଚାଲିବାରୁ ମୁହିଁ
ହନ୍ତ ସନ୍ତ ହୋଇ ଅତି ।
ସାହସ ଶକତି ଉତ୍ସାହ ଜାଗୃତି
ଧରି ହେଲି ଅଗ୍ର ସର
ଶିହରୀ ଉଠିଲା ବେଳକୁ ଅନ୍ଧାର
କିଟ କିଟି ହୋଇ ଘର ।
ଅଭିମୁଖେ ଆସୁଥିବା ସମୟରେ
ଠାକୁରାଣୀ ସ୍ଥାନ ପାଖେ
ଭୁତ ଦେଖା ଯାଏ ବୋଲି ଶୁଣି ଥିଲି
ମନେ ପଡ଼ିଲା ପଲକେ ।
ଆଉ ଅଳ୍ପ ଦୂରରେ ରହିଛି ସେହି
ବୋଦା ଖାଇ ଠାକୁରାଣୀ
ଏକାକୀ କୁଆଡେ କୁଆଡେ ଯିବି ବା
ଭାବି ମୁଁ କିଛି ପାରୁନି ।
ଭୀତ ତ୍ରସ୍ତ ହୋଇ ଅଟକି ରହି ଲି
ମୁଁ ସେହି ଅନ୍ଧାର କୋଳେ
ଟ୍ରଚ ଲାଇଟ୍ ବି ବିଲୁକୁଲ ଆଜି
ଆଣି ନାହିଁ ଏ କଳେ ।
ଯଦି ପଡ଼ି ଯାଏ ଭୁତ ହାବୁଡରେ
ଅଵସ୍ଥା ହୋଇବ କ'ଣ
ଏଇ ପରି କେତେ କଥା ଭାବି ଭାବି
ସାହସ ବାନ୍ଧି ତକ୍ଷଣ
ଚାଲିବା ବେଳକୁ ଅନ୍ଧାର ବଢିଲା
ବିତି ଗଲା ବହୁ କ୍ଷଣ ।
ଠାକୁରାଣୀ ସ୍ଥାନ ପାଖେ ବୁଦା ମୂଳେ
କିଏ ଜଣେ ଖାସ ଖାସ
କଲା ପରେ ମୋର ହଜି ଗଲା ଦମ୍ଭ
ଭାଙ୍ଗି ପଡିଲ। ସାହସ ।
ଆଖି ବୁଜି ଚାଲି ଚାଲି ଧାଇଁ ଧାଇଁ
ଏକ କିମି ଦୂର ପରେ
ଆଖି ଖୋଲି ବାରୁ ଦେଖିଲି ହେଲିଣି
ରେଳ ଲାଇନ ପାଖ ରେ ।
ପହଞ୍ଚିଲି ଘରେ ସେଇ ଭୁତ କଥା
ଭାବି ଭାବି ଡରି ମରି
ସେହ ଦିନଠାରୁ ଅନ୍ଧାର କୁ ଦେଖି
ଡର ଲାଗେ ମୋତେ ଭାରି ।