Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Horror

3  

Prasanna Kumar Madala

Horror

ଡାହାଣୀ

ଡାହାଣୀ

1 min
410


  

ଦେଖିଲି ଡାହାଣୀ       ବିକଟ ଚାହାଣୀ

        ଲହଲହ ଜିଭ ତାର

ମୁକୁଳା ତା କେଶ       ଭୟଙ୍କର ବେଶ

       ଧାଇଁ ହେଲା ନଈ ପାର ।

ଖିଲିଖିଲି ହସେ        ନିମିଷକେ ବସେ

       ନଈବନ୍ଧ ଗଛ ଡାଳେ

ଛାନିଆରେ ମୁହିଁ       ସଞ୍ଜେ କ୍ଷୀର ଦୁହିଁ

       ଆସିଲି ଛାଡି ଗୁହାଳେ ।

ଏତେ କଥା କହି        ଗଲା ସିନା ରହି

       ପ୍ରଧାନ ଘରର ବୋହୁ

ଭଗିଆ ଅଜା ବି       କେଜାଣି କି ଭାବି

       ବସିଗଲେ ଥୟ ନୋହୁ ।

ହେଲେ ଝାଡାବାନ୍ତି       ଡାକ୍ତର ନାହାନ୍ତି

      ଲୋକେ ହୋଇଥିଲେ ରୁଣ୍ଡ 

ପଶିଥିଲା ଡର         ହୋଇ ଥରହର

       ପାକୁପାକୁ କଲେ ତୁଣ୍ଡ ।

ଶୁଣ ଆରେ ନାତି        ସଞ୍ଜ ଗଡି ରାତି

       ହୁଅନ୍ତେ ଧରିଣ ପିଲା

ନିଆଁ ହୁଳା କାଢି        ଆସୁଥିଲା ମାଡି

      ଦେଖି ମୋ ଅବସ୍ଥା ଢିଲା ।

ଶୀଘ୍ର ଡାକି ଆଣ       ଗୁଣିଆ ସେ ପାଣ

       ଗାଆଁ ସୀମା ଦେଉ କିଳି

ଜାଣିନ କାହାଣୀ       ଏଇ ସେ ଡାହାଣୀ

        ଖାଇଛି ପିଲାଙ୍କୁ ଗିଳି ।

ଶୁଣି ଏ ବିଷୟ          କରିଲି ନିଶ୍ଚୟ

        ଲୋକଙ୍କ ମନର ଦକ

ଦେବାକୁ ଦୂରେଇ     ଆଖି ମୋ ଘୂରେଇ

        କହିଲି ଆସରେ ଠକ ।

କହିଦିଅ ଖୋଲି       ମୁହେଁ କିସ ଗୋଳି

        କାଢୁଥିଲ ନିଆଁ ହୁଳା

ଦେଖନାହିଁ ମଜା      ନହେଲେ ଏ ଅଜା

      ଛେରି ଯିବେ ପୁଳା ପୁଳା ।

ତହୁଁ ଆସି ସାଙ୍ଗ        ଧରି ଏକ ଡାଙ୍ଗ

       କନାକୁ ଗୁଡାଇ ନିଆଁ

ଲଗାଇ କି ଖରେ     ଫୁଙ୍କି ଦେବା ପରେ

       ଦେଖିକି ଅଜା ଛାନିଆଁ ।

ତହୁଁ ମିଛେ କାଶି        ଚାରିଜଣ ଆସି

      କହିଲେ ଅଜା ହେ ଉଠ

ପିନ୍ଧି ଏ ଆଖିଆ        ଗାଁ ମୁଣ୍ଡେ ଠିଆ

      ହୋଇ ଦେଖ ନଈ ତୁଠ ।

ସାଙ୍ଗ ଜଣେ ଯାଇ      ବୁଦା ମୂଳେ ଥାଇ

       ମୁହେଁ କିରାସିନି ଢାଳେ

ଫୁଙ୍କି ନିଆଁ ହୁଳା       ଜଳାନ୍ତେ ହୁଗୁଳା

      କଚ୍ଛା ଭିଡି ଅଜା ଭାଳେ ।

କିରାସିନି ବଳେ        ନିଆଁହୁଳା ଜଳେ

       ନଈବନ୍ଧ ଖେଳେ ମିତ

ଭୂତ ବା ଡାହାଣୀ       ମତି ଭ୍ରମ ଜାଣି

     ଗାଆଁ ଲୋକେ ହେଲେ ପ୍ରୀତ ।


     


Rate this content
Log in

Similar oriya poem from Horror