STORYMIRROR

Prahallad Sahoo

Horror Romance Thriller

3  

Prahallad Sahoo

Horror Romance Thriller

ପିଶାଚିନୀ ପ୍ରେମ

ପିଶାଚିନୀ ପ୍ରେମ

1 min
156

ପ୍ରେମ ଏକ ପିଶାଚିନୀ

ତଥାପି ନିଜର କରିବାର ଇଛା ଅଦମ୍ଯ l

ତାକୁ ପାଇବାର ସୁଯୋଗ ଖୋଜୁ ଖୋଜୁ

କେତେବେଳେ ଦୂରେଇ ଯାଏ ତ ପୁଣି

କେତେବେଳେ ସେ ବୁକୁ ତଳେ 

ଚାପିହୋଇ ଅଣନିଶ୍ବାସୀ କରିଦିଏ।


ସେ ପରା ପିଶାଚିନୀ !

ଦିଗବଳୟ ପ୍ରାୟ ସୀମାହୀନ,

ହିମାଳୟ ପରି ଦୁର୍ଗମ,

ସବୁ ସତ୍ବେ ଏ ମନ ବୁଝେନା 

ସୀମାନ୍ତରେ ପହଞ୍ଚିବାର ଇଛା

ଆରୋହଣ କରିବାର ଅବଦମିତ ଉଛ୍ଛାସ।


ବେଳେବେଳେ ଅପହଞ୍ଚ ହୋଇଯାଏ ଦିଗନ୍ତ

ମାପଦଣ୍ଡ ହୋଇଯାଏ ସୀମାରେଖାର ଅଣାୟତ

ଦୂର ପାହାଡ ସୁନ୍ଦର ଭଳି

ବନ୍ଦ ଆଖି ସାମ୍ନାର ବି ଝଲକାଇ ଯାଏ

କିନ୍ତୁ ପ୍ରେମ ରୁପି ପିଶାଚ ସେତେବେଳକୁ

ହୃଦୟରେ ଘର କରିସାରିଥାଏ।


ପ୍ରେମରୁ ପ୍ରଣୟ ଆଡକୁ ଆକର୍ଷିତ ହେଉ ହେଉ

ଝୁଣ୍ଟିବାକୁ ହୁଏ ସମାଜର ଲାଞ୍ଛନା

ପ୍ରେମ ପ୍ରିତୀପ୍ଳୁତ ହେବା ପରିବର୍ତ୍ତେ

ପ୍ରତାରଣାର କୁହୁଳା ନିଆଁ ପାଲଟିଯାଏ।


ଆଖିରୁ ଲୋତକ ଦୂରତାର

ନିଶ୍ବାସରୁ ପ୍ରଶ୍ବାସ ବ୍ଯବଧାନରେ

ଛାଇଯାଏ ଏକ ଅନ୍ତହୀନ ସମ୍ପର୍କ,

ବିସ୍ମୟଜନକ ସମ୍ବନ୍ଧ

ଠିକ୍ ଏକ ବିସମଭୁଜାକର ତ୍ରିଭୁଜ

ଭୁଜ ଗୁଡିକ ଯାହାର

ଆତିଥ୍ଯ ଅର୍ଥାତ ଅତୀତ, 

ନିସଙ୍ଗତା ଅର୍ଥାତ ବର୍ତ୍ତମାନ,

ପ୍ରାପ୍ତିପତ୍ର ଅର୍ଥାତ ଭବିଷ୍ୟତ। ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror