STORYMIRROR

SUKANTA KHANDA

Horror

4  

SUKANTA KHANDA

Horror

ଛଳନା

ଛଳନା

1 min
398


ଛଳନା କରିକି ସଂସାରରେ କିଏ

ସଫଳ ହୋଇଛି କୁହ

ବଡ଼ ଆନନ୍ଦରେ ରହିଥିଲେ ମଧ୍ଯ

ଶେଷରେ ଆସିଛି ଲୁହ ।


ଲୁଟିଥାଏ ସିଏ ଛଳବଳ କରି

ନିଜର ଗରଭ ପାଇଁ 

ଗରଭ ଶେଷରେ ଫାଟି ଯାଇଥାଏ

ମୃତ୍ଯୁର କୋଳକୁ ଯାଇ।


ରାବଣର ଛଳବଳ ଧ୍ବଂସ ହେଲା

କଂସ ବି ପାଇଛି କାହିଁ

ମହିଷାଶୂର ବି କାଳର ଗରଭେ

ଲୀନ ହୋଇଛି କି ନାହିଁ ।


ମୁହିଁ କହୁ ନାହିଁ ଧରମ କହୁଛି

ଯେଉଁମାନେ କରିଛନ୍ତି

ଜୟ କରିଲେ କି ସଂସାର ଯୁଦ୍ଧରେ

ମୃତ୍ଯୁ କୋଳେ ଶୋଇଛନ୍ତି ।


କ'ଣ ଦରକାର ଛଳନା କରିବା

ମିଥ୍ଯାର ମଙ୍ଗକୁ ଧରି

ଜଗତ କଲ୍ଯାଣ ଯଦି ନ ହୋଇଲା

ବଞ୍ଚି କି ଲାଭ ତାହାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror