ଛଳନା
ଛଳନା
ଛଳନା କରିକି ସଂସାରରେ କିଏ
ସଫଳ ହୋଇଛି କୁହ
ବଡ଼ ଆନନ୍ଦରେ ରହିଥିଲେ ମଧ୍ଯ
ଶେଷରେ ଆସିଛି ଲୁହ ।
ଲୁଟିଥାଏ ସିଏ ଛଳବଳ କରି
ନିଜର ଗରଭ ପାଇଁ
ଗରଭ ଶେଷରେ ଫାଟି ଯାଇଥାଏ
ମୃତ୍ଯୁର କୋଳକୁ ଯାଇ।
ରାବଣର ଛଳବଳ ଧ୍ବଂସ ହେଲା
କଂସ ବି ପାଇଛି କାହିଁ
ମହିଷାଶୂର ବି କାଳର ଗରଭେ
ଲୀନ ହୋଇଛି କି ନାହିଁ ।
ମୁହିଁ କହୁ ନାହିଁ ଧରମ କହୁଛି
ଯେଉଁମାନେ କରିଛନ୍ତି
ଜୟ କରିଲେ କି ସଂସାର ଯୁଦ୍ଧରେ
ମୃତ୍ଯୁ କୋଳେ ଶୋଇଛନ୍ତି ।
କ'ଣ ଦରକାର ଛଳନା କରିବା
ମିଥ୍ଯାର ମଙ୍ଗକୁ ଧରି
ଜଗତ କଲ୍ଯାଣ ଯଦି ନ ହୋଇଲା
ବଞ୍ଚି କି ଲାଭ ତାହାରି ।