STORYMIRROR

Gobinda Chandra Sethi

Abstract Horror

4  

Gobinda Chandra Sethi

Abstract Horror

ଅଦୃଶ୍ୟ

ଅଦୃଶ୍ୟ

3 mins
16

  

   ନିଶା କରଜୁ ଥାଏ । ଚାରି ଆଡେ ସୁନ୍ ସାନ୍ । ଝିପି ଝିପି ବର୍ଷା ତହିଁରେ କୁକୁରମାନଙ୍କର ବିକଟାଳ ଗର୍ଜ୍ଜନ। ଯିଏ ଶୁଣୁଛି ତାର ଦେହ ଭୟରେ ଉଲୁସି ଉଠୁଛି । କିନ୍ତୁ ଜୟା କବାଟ ଖୋଲି କାହାକୁ ଚାହିଁ ବସିଥାଏ। କିଛି ସମୟ ପରେ ରାଜଦୂତ ମଟର ସାଇକେଲ ଶବ୍ଦରେ ସତେ ଯେମିତି ଗଛ ଲତା ଦୋହଲି ଯାଉଥିଲା । କିଛି ସମୟ ପରେ ଜୟାର ଘର ଆଗରେ ଗାଡ଼ି ରହି ଗଲା। କବାଟ ଖୋଲି କିଏ ପଶି ଆସିଲା ଓ କବାଟ ଆଉଜେଇ ଦେଇ ଜୟା ସହିତ ଘଣ୍ଟା ଘଣ୍ଟା କଥା। ଆଜି ଏତେ ଡେରିରେ ଆସିଲ କାହିଁକି । ବାଟରେ ବର୍ଷା ହେଲା ଟିକିଏ ରହିଗଲି । ଟାଉଲ ଆଣି ମୁଣ୍ଡ ପୋଛି ଦେଲା ଜୟା । ବସ ଅଦୃଶ୍ୟ ମୁଁ ଚା ଆଣି ଦେଉଛି । 

    କିଛି ସମୟ ପରେ ଦୁଇ କପ ଚା ଧରି ଜୟା ପହଁଞ୍ଚି ଗଲା । ଦୁହେଁ ଚା ପିଇଲେ ହସ ଖୁସି ହେଲେ। ହସ ଖୁସି ଅନେକ ଶୁଣିଛନ୍ତି। ସିନ୍ଦୁରା ଫାଟିବା ଆଗରୁ ଅଦୃଶ୍ୟ ମଟର ସାଇକେଲ ଧରି କେଉଁଆଡେ ଅଦୃଶ୍ୟ ହୋଇଗଲେ । ଜୟା ହସି ହସି ହାତ ହଲାଇ ତାଙ୍କୁ ବିଦାୟ ଦେଲା। ତାପରେ ଜୟା ଭାରାକ୍ରାନ୍ତ ହୋଇ ସୋଫା ଉପରେ ବସି ବସି ଘୁମେଇଁ ଶୋଇ ପଡ଼ିଲା।

     ସକାଳେ ଶାଶୁ ଆସି ଦେଖନ୍ତି ଜୟା ସୋଫାରେ ବସି ଶୋଇଛି। ଟି ପାଇ ଉପରେ ଦୁଇଟି ଚା କପ। ଶାଶୁଙ୍କର ପ୍ରଶ୍ନ କଣ ମା ରାତିରେ ଚା ପିଇଛୁ। ଜୟା ନିଦ ଭାଙ୍ଗି ଗଲା ହାଇମାରି ହସି ଦେଇ କହିଲା ମା ସିଏ ପା ରାତିରେ ଆସିଥିଲେ । ଏବେ ଗଲେ। ଶାଶୁର ପ୍ରଶ୍ନ କିଏ ଆସିଥିଲା । ତୁମ ପୁଅ ଅଦୃଶ୍ୟ ମା । ଆଶ୍ଚର୍ଯ୍ୟ ହୋଇ ଚାହିଁ ରହି ଆଖିରେ ଆଖିଏ ଲୁହ ନେଇ ଅନ୍ୟ ଘରକୁ ଚାଲିଗଲେ ଶାଶୁ ବୁଢ଼ୀ। ନିଜ ସ୍ୱାମୀ ଆଗରେ କହିଲେ ହେଇ ଶୁଣୁଛ ଆମ ବୋହୁ ବୋଧେ ପାଗଳୀ ହୋଇଗଲାଣି । ଅଦୃଶ୍ୟ ଆମକୁ ଛାଡ଼ି ଚାଲି ଯିବାର ମାସେ ହେଲାଣି ବୋହୁ କହୁଛି କାଲି ରାତିରେ ଆମ ପୁଅ ତା ପାଖକୁ ଆସିଥିଲା । ସାଇପଡିଶା ଜାଣିଲେ କଣ କହିବେ । ମୋ ମୁଣ୍ଡ ବୁଲାଇ ଦେଉଛି ମୁଁ କଣ କରିବି କିଛି ଜାଣି ପାରୁନାହିଁ । ତାଙ୍କୁ ଶାନ୍ତ ରହିବାକୁ ସ୍ୱାମୀ ଶାନ୍ତନୁ ତାଙ୍କୁ କହିଲେ। କହିଲେ ବୋହୁ ମାନସିକ ଚିନ୍ତାଧାରା ଭଲ ନାହିଁ ବୋଧେ ସେଇଥିପାଇଁ ସେପରି

ହେଉଛି ।

   ଶାଶୁ ଶ୍ୱଶୁର ଲକ୍ଷ୍ୟ କଲେ ବୋହୁ ପ୍ରାୟ ସବୁଦିନେ ଏପରି ହେଉଛି। ସାହି ପଡିଶା କଣ ଭାବିବା ଆଗରୁ ସେ ବୋହୁକୁ ବାରଣ କଲେ ରାତିସାରା ଘର କବାଟ ଖୋଲିବାକୁ ମନାକଲେ । ବୋହୁ ସବୁ କଥା ଶୁଣେ କିଛି କହେ ନାହିଁ। ମନେ ମନେ ଭାବେ ଏମାନେ ସବୁ ପାଗଳ । ମୋ ସ୍ୱାମୀ ଆସୁଛନ୍ତି ମୁଁ କିପରି ତାଙ୍କୁ ଘରକୁ ଡାକିବି ନାହିଁ ।

    ଦିନେ ଶାନ୍ତନୁ ବାବୁ ତାଙ୍କ ସ୍ତ୍ରୀ ରାତିରେ ଜୟକୁ ଲକ୍ଷ୍ୟ କରିବାକୁ ଅନିଦ୍ରା ହେଲେ । ରାତ୍ରି ଅଧରେ ରାଜଦୂତ ସାଉଣ୍ଡ ସତେ ଯେପରି ଗଛ ପତ୍ର ଦୋହଲି ଯାଉଥାଏ । ଗାଡ଼ି ଷ୍ଟାଣ୍ଡ ମାରି କିଏ ଯେପରି କିଛି ସମୟ ପରେ ବୁଟର ଟପ୍ ଟପ୍ ସାଉଣ୍ଡ କରି ଘର ଭିତରକୁ ମାଡି ଆସିଲା । ତାପରେ ଜୟା ନିଜ ବେଡ଼ ରୁମର କବାଟ ଖୋଲି ଦେଲା। ଦୁହେଁ ଗୋଟିଏ ଘରେ ରହି ହସ ଖୁସି ହେଉଥାନ୍ତି । ଠିକ ପାହାନ୍ତା ପ୍ରହରୁ ସିନ୍ଦୁରା ଫାଟି ଆସୁଥାଏ ଜୟା ଚିଲେଇ ଚିଲେଇ କହୁଥାଏ ଆଜି ଅଫିସରୁ ଜଲଦି ଆସିବ। ଆସିଲା ବେଳେ ମୋ ପାଇଁ ଗୁପଚୁପ ଆଣିବ। କିଛି ସମୟ ପରେ ମଟର ସାଇକେଲ ସାଉଣ୍ଡ ଶୁଭିଲା। କିଛି ସମୟ ପରେ ସବୁ କିଛି ମିଳାଇ ଅଦୃଶ୍ୟ ହୋଇଗଲା । ଏହିପରି ପରିବେଶ ବାତାବରଣ ଦେଖି ଶାନ୍ତନୁ ବାବୁଙ୍କ ସ୍ତ୍ରୀ ଚେତା ଶୂନ୍ୟ ହୋଇଗଲେ । ମୁହଁରେ ପାଣି ମାରି ଚେତା ଫେରିଲା । ଏହାର ରହସ୍ୟ କଣ ! ମୃତ୍ୟୁର ଏକ ମାସ ପରେ ବି ଆତ୍ମା ତାର ମୋହମାୟା ଛାଡ଼ି ପାରୁନାହିଁ । କାହିଁକି ଏପରି କାର୍ଯ୍ୟ କଳାପ ହେଉଛି ଭାଵି ଆତ୍ମକୁ ମୋକ୍ଷ କରିବା ପାଇଁ ପଣ୍ଡିତମାନଙ୍କୁ ଡାକି ହୋମ ଯଜ୍ଞର ଆୟୋଜନ କରାଗଲା। ହନୁମାନ ଚାଳିଶା ପାଠ କରାଗଲା। ଯଦିଓ ଏ କାର୍ଯ୍ୟ କଳାପ ତା'ପରେ ବନ୍ଦ ହୋଇଗଲା ମନରେ ନାନା ପ୍ରକାର ଜଳ୍ପନା କଳ୍ପନା ଆଜିବି ଉଙ୍କି ମାରୁଛି ସତରେ କଣ ଅଦୃଶ୍ୟ ଆତ୍ମା ଆସୁଥିଲା ଜୟା ପାଖକୁ....।

    

     



Rate this content
Log in

Similar oriya poem from Abstract