STORYMIRROR

Gangotri Priyadarshini

Abstract

4  

Gangotri Priyadarshini

Abstract

ସଂସାର ଉଦ୍ଧାର ହେ ନାରୀ

ସଂସାର ଉଦ୍ଧାର ହେ ନାରୀ

1 min
229

ସଂସାର ଅନ୍ତ କଣ ଏମିତି ହେବ

ଅସୁରକ୍ଷିତ ବର୍ତ୍ତମାନର କାହାଣୀ କି ବାର୍ତ୍ତା ଦେବ

ନାରୀ ତୁମେ ନିଜେ ସୃଷ୍ଟିକର ତୁମ ସୁରକ୍ଷା କବଚ

ସଂହାର ଲୀଳା ହେଉ ରାକ୍ଷସ ମାନଙ୍କର

ଉଠାଅ ଡେରି ନକରି ସାହସର ଅସ୍ତ୍ର

ଧାରଣ କର ମୁକ୍ତାଙ୍ଗୀ କାଳରାତ୍ରୀ


ନିରୀହ କୁ ଉଦ୍ଧାର କର ସ୍ନେହମୟୀ ଜନନୀ

ଅମାନବୀୟତା ର ବଳି କୁଣ୍ଡରୁ ଉଦ୍ଧାର କର ଶୈଶବ

ତୁମ ସୃଷ୍ଟି ପରଠୁ ତୁମ ଉପରେ ସଂସାର ଦାଇତ୍ୱ 

ସହି ହେଉନି ମାଆ ଆଉ ଏ ହିଂସ୍ରତା ର କରାଳ ଦୃଶ୍ୟ

ସବୁ କ୍ଷଣିକରେ ନିଃଶେଷ ହେବା ପୂର୍ବରୁ

ରକ୍ଷା କର ମା ରକ୍ଷାକର


ତୁମେ ପରା କାତ୍ୟାୟନୀ ସହସ୍ର ଅସ୍ତ୍ର ଧାରିଣୀ

ଆତଙ୍କ ର ବିନାଶ ପାଇଁ ବିଳମ୍ବ କାହିଁକି

ସବୁ ଲଜ୍ଜ୍ୟା ର ଉର୍ଦ୍ଧ୍ବରେ 

ମଣିଷତ୍ଵ ର, ଜୀବନ ପ୍ରତି ବିଶ୍ଵାସର ପୁନର୍ଜନ୍ମ ହେଉ

ଆକୁଳ ପ୍ରାର୍ଥନା ସୁରକ୍ଷା ବଳୟ ସୃଷ୍ଟି କରୁ

ଦୂର ରାଇଜରୁ ଅପସରି ଯାଉ

ଅନ୍ଧାରୀ ଶାସନର କଳଙ୍କ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract