STORYMIRROR

Nibedita Mishra

Abstract

4  

Nibedita Mishra

Abstract

ମୁଇଁ ପଶ୍ଚିମ୍ ଉଡିଶାର୍ ଚାଷୀମାମା

ମୁଇଁ ପଶ୍ଚିମ୍ ଉଡିଶାର୍ ଚାଷୀମାମା

1 min
194


ମୁଇଁ ଆଏଁ ପରେ ପଶ୍ଚିମ୍ ଉଡିଶାର୍ ଚାଷୀ

      ବିଧାତା ଲେଖବାର୍ କେ ଭୁଲିଯାଇଛେ ମୋର୍ କପାଲେ ଖୁସି

ଧାନ୍ ମଣ୍ଡିଟେ ନାଇନ ବଲିକରି

ମୁଇଁ ଇନୁ ଅଭାବୀ ବିକ୍ରି କରସିଁ

ହେଥିର୍ ଲାଗିତ ହେଇନାଇ ପାରେ

ପୁରା ମୋର୍ ସପନ୍ କେନସି

ମୁଇଁ................।

ଲୋକ୍ କହେସନ୍ ମୁଁଇ ପରେ ଜାନସି

କ୍ଷେତ୍ ଖଲାନ ଫଲେଇ ସୁନା

ହେଲେ କେହି ନାଇଁ ଜାନି ମୋର୍ କୁଟୁମ୍

ନାଇଁ ପାଏ କେଭେ ମନ୍ ଜାନି ଦାନା କନା

ମୁଇଁ...................।

ଚାଷବାସ୍ ଆରମ୍ଭ୍ କରିଥିସି ମୁଇଁ

ଗହନା ଦେଇକରି ଘର୍, ଜମିନ୍ ଇନ

ହେଲେ ଚାଷ୍ କେ ମୋର୍ ମରଡି ଖାଏସି

ଶେଷେ ମୁଇଁ ଖାଏଁସି ବିଷ ମହରା ସିନ

ମୁଇଁ.............।  

ଆଶା ଟିକେ ଜାଗସି ମନେ ଯଦି କେଭେ 

ସରକାରୀ ଯୁଜୁୁନା ମାନକୁ ଶୁନିକରି

ହେଲେ ସେଟା ପାଏବାର୍ କେ ଦୌଡି ଦୌଡି

ଗୁଡଁର୍ ଚପଲ୍ ଯାଏସି ମୋର୍ ସରି ଘୁରି

ମୁଇଁ................।

ଗୁରୁଦୁଟେ ଯୁଜୁନା ଆମର୍ ଲାଗି

ହେଉଥିସି କାଗଜ କଲମଥି ଖାଲି

ଶହେନୁ ଦଶଟା ଭି ଯଦି ସଥେ ମିଲତା

ଆମେ ବି ପାରତୁ ଟିକେ ହଁସି ଖେଲି

ମୁଇଁ ............।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract