STORYMIRROR

Nibedita Mishra

Abstract Tragedy

4  

Nibedita Mishra

Abstract Tragedy

କିଛି ଶେଷ କଥା

କିଛି ଶେଷ କଥା

1 min
1.5K


ଦେଖ,ସାଥି ମୁଁ ଆଜି ଯାଉଛି ଫେରି

ତୁମ ଦେଲା ଶଙ୍ଖା ସିନ୍ଦୁର ସାଙ୍ଗରେ ଧରି। 


କୋଳେ ଦେଇ ଯାଉଛି ସନ୍ତକ ତୁମରି

ଛାତିରେ ଲଗାଇ ରଖିବ ନିଜର କରି। 


ବଧୂ ବେଶେ ଝିଅ ଯେବେ ଚଢିବ ସବାରୀ

ଆଞ୍ଜୁଳା ଚାଉଳ ନେଇ ଦେବ ଆଶିଷ ଭରି। 


ପୁଅ ଯେବେ ଆସିବ ଘରେ ବଧୂ ହାତ ଧରି

ଝିଅ ପରି ତାକୁ କୋଳେଇ ନେବ ଆଦରି। 


ସବୁ ଅଳି ଅର୍ଦଳି ତୁମେ ସହିବ ତାହାରି

କରିବନି ଅଦେଖା ଅଶୁଣା ମୋ ପରି। 


ମୁଁ ସିନା ନିଜର ହେଇ ପାରିଲିନି ତୁମରି

ଏମାନ ଙ୍କୁ ତୁମେ ଦେବନି ଆଡ କରି। 


ଶେଷ ରେ ଖାଲି ଏତିକି ମିନତି ମୋହରି

କୋକେଇ କୁ କାନ୍ଧେଇ ନେବ ବାହାର କରି। 


ରାମ ନାମ ଧରୁୁ ଧରୁ ଦେବ କ୍ଷମା କରି

ଜୁଇ କୁ ମୋ ନିଆଁ ଦେବ ପୁଅ ହାତ ଧରି। 


କଥା ଦେଉଛି ସାଥି ଆସିବିନି ଆଉ ଫେରି

ତୁମ ଜୀବନ ରେ ଅଶାନ୍ତି ଦେବା କୁ ଭରି। 


ଯଦି କେବେ ବସିବ ନିଜ କୁ ଏକୁଟିଆ ମନେକରି

ଦେଖିବ ଦୂର ଆକାଶେ ଚମକୁ ଥିବି ତାରା ଟିଏ ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract