Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Abstract Tragedy Inspirational

4.0  

Nibedita Mishra

Abstract Tragedy Inspirational

ଆଜିଏ ସାଧାରଣତନ୍ତ୍ର ଦିବସେ ମାମା

ଆଜିଏ ସାଧାରଣତନ୍ତ୍ର ଦିବସେ ମାମା

1 min
191


ଆଜି ଏ ସାଧାରଣ ତନ୍ତ୍ର ଦିବସେ ସବୁ ଭାରତୀୟଙ୍କୁ 

ପଚାରିବାକୁ ଚାହେଁ ମୁହିଁ ଏକ ମାତ୍ର ପଶ୍ନ

ଭାବନ୍ତୁ ତ ଥରୁଟିଏ ସତରେ କଣ ଆମେ

ହେଇ ପାରିଛେ ସ୍ବାଧିନ?

ସତରେ କଣ ମାନୁଛେ ଆମ ସମ୍ବିଧାନ?

ଜାଣେ ସମସ୍ତେ ନିରୁତ୍ତର ।

ସହସ୍ର ପ୍ରାଣବଳୀ ,ବିଦ୍ରୋହ ,ସଂଗ୍ରାମ ର ବଳିଦାନେ

ମିଳିଛି ଆମକୁ ଏ ସ୍ବତନ୍ତ୍ରତା

ଅନେକ କୋଳ ଶୂନ୍ଯ ,କେତେ ଯେ ମଥାର ସିନ୍ଦୁର  

ଫାଶୀର ଖୁଣ୍ଟ ଓଜନିଆ ହେଇ ଲଇଁଯିବା ପର ର

ପ୍ରତିଦାନ ଏ ସ୍ବାଧୀନତା ଓ ସମ୍ବିଧାନ। 

ଡ.ବାବା ସାହେବ ଆମ୍ବେଦକର ସର୍ବଭୌମ ରାଷ୍ଟ୍ରର 

ପରିକଳ୍ପନା ହୃଦୟେ ବହି ରଚିଲେ

ସମ୍ବିଧାନ ର ଆଇନ ସମୁହ ସର୍ବଧର୍ମକୁ ନିରପେକ୍ଷ ଭାବେ

ବିଚାର କରି ଭାରତବାସୀ ଙ୍କ ପାଇଁ

ସ୍ବାର୍ଥପର ମଣିଷ କିନ୍ତୁ ଆଜି କରେ ସମ୍ବିଧାନର ଅପ ବ୍ଯବହାର

ନିଜର ତୁଚ୍ଛ ଇପସିତ କାମନା ଲାଗି ।

ତେଣୁ ଆଜିର ଏ ସାଧାରଣ ତନ୍ତ୍ର ଦିବସେ ଚାଲ ମିଶି ସମସ୍ତେ

ନେବା ଶପଥ ଦେବାକୁ ସମ୍ବିଧାନ କୁ

ଉଚିତ୍ ସମ୍ନାନ ଓ ତାହାର ନିଜ ହକ ର ନ୍ଯାୟ

ସମ୍ବିଧାନ ନୂହେଁ ସେ ଭାରତବାସୀ ଙ୍କ ସ୍ବାଭିମାନ ଓ ପରିଚୟ ର ଗ୍ରନ୍ଥ

ତା'ର ମାନ ବଜାୟ ରଖିବା ଓ ସହିତ ଯତ୍ନ ସହକାରେ

ହୃଦୟଙ୍ଗମ କରିବା ତା'ର ମହତ୍ତ୍ବ।


Rate this content
Log in

Similar oriya poem from Abstract