STORYMIRROR

Nibedita Mishra

Abstract Others

3  

Nibedita Mishra

Abstract Others

ଅପମାନ

ଅପମାନ

1 min
236


ଇତିହାସ ସାକ୍ଷୀ ଅଛି ଯେବେ ଯେବେ ନାରୀ ଭୋଗି ଅଛି ଅପମାନ

ଦୋଷୀ ପାଇଛି ନିଶ୍ଚିତ ଦଣ୍ଡ ହେଇଛି ଭୟଙ୍କର ଯୁଦ୍ଧର ଆହ୍ବାନ।


ଦ୍ରୌପଦୀଙ୍କ ର କେଶ ଧରି ସଭାକୁ ଟାଣି ଆଣିଥିଲା ଦୁଃଶାସନ

ପ୍ରତିଦାନେ ସମୁଳେ ନାଶ ପାଇ ଯାଇଥିଲା କୁରୁବଂଶ ର ଶାସନ।


ପ୍ରତିଜ୍ଞା ର ଦ୍ବାହି ଦେଇ ନିରବ ସମର୍ଥକ ସାଜିଲେ ଭୀଷ୍ମ ପିତାମହ

ସେଥିଲାଗି ଭୋଗିଲେ ଶରଶଯ୍ଯା ର ପ୍ରାଣ ପୀଡା କଷ୍ଟ ଅସହ୍ଯ।


କୁଳ ବଧୁ କୁ ବେଶ୍ଯା ର ଆଖ୍ଯା ଦେଇ ଅପମାନିତ କଲା ଯେଣୁ କର୍ଣ୍ଣ

ସେଥିଲାଗି ସାରା ଜୀବନ ନିଜର ପରିଚୟ ଲାଗି ଭୋଗିଲା ଅପମାନ


ରଘୁ କୁଳ ବଧୁର ରୂପରେ ହୋଇ ବିମୋହିତ ସୀତାଙ୍କୁ ହରିଲା ରାବଣ

ଅପମାନ ର ଫଳ ସ୍ବରୂପ ସମସ୍ତ ଲଙ୍କାପୁର ଭସ୍ମ ହେଲା କହେ ପୁରାଣ


ଲକ୍ଷ୍ମୀ ଙ୍କୁ ଅପମାନିତ କରି କଲେ ଯେଣୁ ଦୁଇ ଭାଇ ଘରୁ ବିତାଡିତ

ସେଲାଗି ବାର ବର୍ଷ ଯାଏଁ ଭୋକିଲା ବୁଲିଲେ ଜାଣିଲା ପୁରା ଜଗତ।


ଆଜି ବି ରାଧା ସାଙ୍ଗେ କୃଷ୍ଣଙ୍କୁ ଯୋଡି ଲୋକେ କରନ୍ତି ଅପମାନିତ

ତଥାପି ନିଃସ୍ବାର୍ଥ ପ୍ରେମର ନିଦର୍ଶନ ଦିଏ ତାଙ୍କ କାହାଣୀ ସମସ୍ତ।


ଯେବେ ଯେବେ ନାରୀ ର ସମ୍ନାନ ହେଇଛି ଉପେକ୍ଷିତ ଅପମାନିତ

ସେବେ ସେବେ ଏ ଧରା ରେ ହେଇଛି ତାଣ୍ଡବ ଓ ଯୁଦ୍ଧ ମହାଭାରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract