STORYMIRROR

Nibedita Mishra

Abstract Inspirational

4  

Nibedita Mishra

Abstract Inspirational

ଭଡାଘର

ଭଡାଘର

1 min
2.3K


ଏ ଶରୀର ଏକ ଭଡାଘର ,ଜନ୍ମ ଓ ମୃତ୍ଯୁ ଦୁଇଟି ଦ୍ବାର

ଜନ୍ମ ବାଟ ଦେଇ ପ୍ରବେଶ ଓ ମୃତ୍ଯୁ ଦେଇ ପ୍ରସ୍ଥାନ ଏହାର।


ଜୀବନ ଅତିଥି ଏହା ମଧ୍ଯେ ରଚିବାକୁ ଏକ କାହାଣୀ ଭିନ୍ନ

ସ୍ବାକ୍ଷରିତ କରିଯାଏ ସୁଖ ଦୁଃଖ, ହସ କାନ୍ଦ ର ସ୍ମୃତି ଚିହ୍ନ।


ସେବେ ପର୍ଯ୍ଯନ୍ତ ରହେ ଶରୀର ର ଏଇ ଭଡା ଘରେ ଜୀବନ

ଯେ ପର୍ଯ୍ଯନ୍ତ ଦେଇ ଚାଲିଥାଏ ସେ ବୟସ ର କଡା ପାଉଣା।


ସରିଗଲେ ବୟସ ର କିସ୍ତି ସମୂହ ଖୋଜେ ଜୀବନ ନୁଆ ଘର

ଏକ ଭଡା ଘର ଶରୀର ଛାଡି ଜୀବନ ଆବୋରେ ଅନ୍ଯ ଶରୀର।


ଭଡା ଘର ସିନା ବଦଳୁ ଥାଏ ହେଲେ ବଦଳେନା ଜୀବନର ଖେଳ

ଜୀବନ ତ ଅଦୃଶ୍ଯ ଅମର ବଦଳାଏ ଘଟ ପରେ ଘଟ ମାଳ ମାଳ।


ତଥାପି କ୍ଷଣିକ ରହଣି କାଳରେ ମନ ଭଡାଘର ପ୍ରତି ହୁଏ ଲାଳାୟିତ

ସେଥିପାଇଁ କରି ବସେ ଅନେକ ଜଘନ୍ଯ ପାପ ହୋଇ ଲୋଭାଗ୍ରସ୍ତ।


ସେ ଭୂଲିଯାଏ ସବୁ କର୍ମ ଅକର୍ମର ହୁଏ ସେ ଘରେ ହିସାବ ନିକାସ

ପ୍ରତିଥର ଘର ପରିବର୍ତ୍ତନ ପରେ ଆରମ୍ଭ ହୁଏ ଏକ ନୂଆ ଇତିହାସ।


ତେଣୁ ଏ ଅସ୍ଥାୟୀ ଭଡାଘରେ ଥିବା ଯାଏଁ ଲୋଭ ମୋହ ତ୍ଯାଗ କରି

କରିଚାଲ ଭଲକାମ ମିଳିବ ତେବେ ମୁକ୍ତି ଓ ଦର୍ଶନ ଦେବେ ଶ୍ରୀହରି।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract