ଅବଶୋଷର ଧୂଆଁନିବେଦିତା ମିଶ୍ର
ଅବଶୋଷର ଧୂଆଁନିବେଦିତା ମିଶ୍ର
ବେଳେ ବେଳେ ଜୀବନ ରେ ଆସେ ଏମିତି କିଛି ମୂହୁର୍ତ୍ତ
ଯାହା କି ଟାଣେ ପ୍ରତ୍ଯେକ ଙ୍କୁ ବାରମ୍ବାର ମନେ ପକେଇବାକୁ
ସେହି ଅତୀତ ଯାହାକି ଭୂଲ ବଶତଃ ଲେଖି ହେଇ ଯାଇଥାଏ
ଅନିଚ୍ଛା କୃତେ ଜୀବନର ପୃଷ୍ଠା ରେ କଳଙ୍କିତ ସ୍ଯାହି ରେ
ଇଚ୍ଛା ହୁଏ ସେ ସବୁ କୁ ଲିଭେଇ ଦେବାକୁ
ହେଲେ ସେ ସବୁ କମ୍ବଳ ଭିତର କଣ୍ଟା ପରି ପ୍ରତିକ୍ଷଣ
ଫୋଡି ହେଉଥାଏ ମନର ଚାଦର ଦେହରେ
କ୍ଷତାକ୍ତ କରି ଚାଲି ଥାଏ ମନ ଓ ପ୍ରାଣକୁ ଅହରହ
କେବେ କେବେ ଗ୍ଳାନିର ଜଳଧାରେ ହୁଏ ବିସର୍ଜିତ
ତ କେବେ ପ୍ରତିଶୋଧ ର ନିଆଁରେ ହୁଏ ଭସ୍ମୀଭୂତ
ପରିଶେଷ ରେ କିନ୍ତୁ ଛାଡି ଯାଏ କିଛି କୁହୁଳୁ ଥିବା
ପରିତ୍ଯକ୍ତ ଅବଶୋଷ ନିଆଁର ଅଂଶ ବିଶେଷ
ଯାହା କି ଟିକିଏ ସ୍ମୃତି ଓ ଆଘାତ ପାଇଲେ ପୁଣି
ଜୋର ଧରି କୁହୁଳି କୁହୁଳି ଜଳିବାକୁ ଆରମ୍ଭ କରେ
ଉଡାଇ ଚାଲେ ପଶ୍ଚାତାପର ଧୂଆଁ ମନର ଆକାଶରେ
ମନ ଶାନ୍ତ ହେଲା ପରେ ଘନ କୁହୁଡି ପରି ଶୀତଳ ହୋଇ
ଝରିପଡେ ମନ ବଗିଚାରେ ପୁଣି ଏକ ନୂତନ ଆରମ୍ଭ ଆଶାରେ
ଯେତେ ଯାହା ବୁଝାଇ ସୁଝେଇ ମନ ଓ ଶରୀର ପରସ୍ପର ର
ହାତ ଜାବୁଡି ଆଗକୁ ବଢିବାକୁ ଚେଷ୍ଟା କଲେ ବି
ଜିଦିଆ ଛୁଆ ଟି ଏ ପରି ଅବଶୋଷର ଧୂଆଁ ତାଙ୍କୁ ପଛରୁ ଟାଣି ଧରେ
ଶେଷରେ ଜୀବନ ସେଇ ଅବଶୋଷ ର ଧୂଆଁକୁ ସାଥି କରି
ବଢିଚାଲେ ଆଗକୁ ଆଗକୁ ଏତ ନୂତନ ଭବିଷ୍ଯତ ରଚିବାକୁ