STORYMIRROR

Nibedita Mishra

Abstract Inspirational

3  

Nibedita Mishra

Abstract Inspirational

ଅବଶୋଷର ଧୂଆଁନିବେଦିତା ମିଶ୍ର

ଅବଶୋଷର ଧୂଆଁନିବେଦିତା ମିଶ୍ର

1 min
158


ବେଳେ ବେଳେ ଜୀବନ ରେ ଆସେ ଏମିତି କିଛି ମୂହୁର୍ତ୍ତ

ଯାହା କି ଟାଣେ ପ୍ରତ୍ଯେକ ଙ୍କୁ ବାରମ୍ବାର ମନେ ପକେଇବାକୁ 

ସେହି ଅତୀତ ଯାହାକି ଭୂଲ ବଶତଃ ଲେଖି ହେଇ ଯାଇଥାଏ

ଅନିଚ୍ଛା କୃତେ ଜୀବନର ପୃଷ୍ଠା ରେ କଳଙ୍କିତ ସ୍ଯାହି ରେ

ଇଚ୍ଛା ହୁଏ ସେ ସବୁ କୁ ଲିଭେଇ ଦେବାକୁ

ହେଲେ ସେ ସବୁ କମ୍ବଳ ଭିତର କଣ୍ଟା ପରି ପ୍ରତିକ୍ଷଣ 

ଫୋଡି ହେଉଥାଏ ମନର ଚାଦର ଦେହରେ

କ୍ଷତାକ୍ତ କରି ଚାଲି ଥାଏ ମନ ଓ ପ୍ରାଣକୁ ଅହରହ

କେବେ କେବେ ଗ୍ଳାନିର ଜଳଧାରେ ହୁଏ ବିସର୍ଜିତ

ତ କେବେ ପ୍ରତିଶୋଧ ର ନିଆଁରେ ହୁଏ ଭସ୍ମୀଭୂତ

ପରିଶେଷ ରେ କିନ୍ତୁ ଛାଡି ଯାଏ କିଛି କୁହୁଳୁ ଥିବା 

ପରିତ୍ଯକ୍ତ ଅବଶୋଷ ନିଆଁର ଅଂଶ ବିଶେଷ 

ଯାହା କି ଟିକିଏ ସ୍ମୃତି ଓ ଆଘାତ ପାଇଲେ ପୁଣି 

ଜୋର ଧରି କୁହୁଳି କୁହୁଳି ଜଳିବାକୁ ଆରମ୍ଭ କରେ

ଉଡାଇ ଚାଲେ ପଶ୍ଚାତାପର ଧୂଆଁ ମନର ଆକାଶରେ

ମନ ଶାନ୍ତ ହେଲା ପରେ ଘନ କୁହୁଡି ପରି ଶୀତଳ ହୋଇ

ଝରିପଡେ ମନ ବଗିଚାରେ ପୁଣି ଏକ ନୂତନ ଆରମ୍ଭ ଆଶାରେ

ଯେତେ ଯାହା ବୁଝାଇ ସୁଝେଇ ମନ ଓ ଶରୀର ପରସ୍ପର ର 

ହାତ ଜାବୁଡି ଆଗକୁ ବଢିବାକୁ ଚେଷ୍ଟା କଲେ ବି 

ଜିଦିଆ ଛୁଆ ଟି ଏ ପରି ଅବଶୋଷର ଧୂଆଁ ତାଙ୍କୁ ପଛରୁ ଟାଣି ଧରେ

ଶେଷରେ ଜୀବନ ସେଇ ଅବଶୋଷ ର ଧୂଆଁକୁ ସାଥି କରି 

ବଢିଚାଲେ ଆଗକୁ ଆଗକୁ ଏତ ନୂତନ ଭବିଷ୍ଯତ ରଚିବାକୁ


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract