STORYMIRROR

Nibedita Mishra

Tragedy Inspirational

3  

Nibedita Mishra

Tragedy Inspirational

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
192


ପ୍ରତି ଥର ତୋ ଆସିବା ବାଟକୁ ଚାତକ ପରି ଚାହିଁ ଥାଏ

ମୋ ଶୁଖିଲା କ୍ଷେତ,

ମୋ ଫଟା ଭାଗ୍ଯ ରେଖା ଲେଖା ହାତ।


ବଡ ଆଶା ସଞ୍ଚରେ ମନ ରେ ତୋ ଆଗମନ ର ଶୀତଳ ବାଆ

ଶ୍ରିହରୀ ଉଠେ ପ୍ରତି ଟି ସ୍ବପ୍ନ ର ବୀଜ ଖୋଜେ ପୂର୍ଣ୍ଣତା ର ରାହା।


ତୁ ଯେବେ ଥରେ ଥରେ ମାଡି ଆସୁ ଅଦିନିଆ କୁଣିଆ ପରି  

ରଚି ଯାଉ ଧ୍ବସଂ ର ତାଣ୍ଡବ ଲୀଳା ଦେଖି ତନୁ ମନ ଯାଏ ଥରି।


ଏ ଥର ବଡ ଆଶାରେ କରିଥିଲି ଚାଷ, ଝିଅ ବାହା କରିବା ପାଇଁ

ହେଲେ ତୁ ଆସି ଅମଳ ଧାନ କୁ ଗଜା କରି ଜାଳି ଗଲୁ ମୋ ଜୁଇ।


ସବୁ ରାତି ରେ ମୋତେ ଉପହାସ କରୁଥିବା ମୋ ଉଜୁଡା ଛାତ

ତୋ ଆଗମନ ରେ କିନ୍ତୁ ମୋତେ ଭିଜାଇ ହେଉ ଥିଲା ଉତଫୁଲ୍ଲିତ।


ତୁ ତ ଝଡ ପରି ଆସି ନିମିଷକେ ଖେଳି ଯାଉ ନିଜର ଧ୍ବସଂ ଲୀଳା

ବାକି ଯାହା ରହି ଯାଏ ତା ହେଲା ମୋ ଭାଗ୍ଯ ର ବୁଡିବା ଭେଳା।


ଏଥର ତୁ ଛାଡି ଯାଇ ଥିବା ଛୋଟ ଛୋଟ ହିମ ଖଣ୍ଡ ଗୁଡିକୁ ଦେଖି

ଭାବୁଥିଲି ତୋ ଧ୍ବସଂଲୀଳା ର ଏମାନେ ହିଁ ଏକମାତ୍ର ମୂକ ସାକ୍ଷୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy