STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଦୋହଲି ଯାଉଛି ଭିତ୍ତି

ଦୋହଲି ଯାଉଛି ଭିତ୍ତି

1 min
326


ଅତ୍ୟାଧୁନିକତାର ବାହ୍ୟ ଚାକଚକ୍ୟ

ଝଲସାଇଦିଏ ଆଖି

ଭୋଗ ଓ ବିଳାସେ ପାଗଳ ମଣିଷ

ଯାଉଛି ଜଡ଼ ପାଲଟି ।


ଉଚ୍ଚ ଶିକ୍ଷା ଡିଗ୍ରୀ କ୍ଷମତା ପଦବୀ

ବଡିମା ଆତ୍ମଗରବ

ଚରିତ୍ର ପ୍ରଲୁବ୍ଧ ସ୍ୱାର୍ଥ ଅହଙ୍କାରେ

ସହନଶକ୍ତି ଅଭାବ ।


ତୋଳୁଛି ମଣିଷ ବଡ଼ ଅଟ୍ଟାଳିକା

ସଜ୍ଜା ଆଡ଼ମ୍ବରପୂର୍ଣ୍ଣ

ନାହିଁ ହୃଦେ କିନ୍ତୁ ମଧୁର ସଦ୍ଭାବ

ସୁଖ ଶାନ୍ତି ସ୍ନେହ ପ୍ରେମ ।


ନାହିଁ ପରିବାରେ ଆତ୍ମିକ ବନ୍ଧନ

ସୁସମ୍ବନ୍ଧ ସୁବିଶ୍ୱ।ସ

ସମାଜ ସ°ସ୍କାର ପ୍ରତି ନାହିଁ ଭୟ

ବଢେ ହି°ସା କ୍ରୋଧ 6ଦ୍ୱଷ ।


କଥା ଓ କାମରେ ନାହିଁ ତାଳମେଳ

ମଣିଷ ସୁବିଧାବାଦୀ

ବିତାଏ ସମୟ ବିଳାସ ବ୍ୟସନେ

ଯନ୍ତ୍ର ସେବେ ନାନା ବିଧି ।


ମିକ୍ସି ଫ୍ରିଜ କୁକ ୱ।ସିଙ୍ଗ ମେସିନ

ଶୀତତାପ ନିୟନ୍ତ୍ରଣ

ବଡ଼ କାମ କ୍ଲବ ବିଉଟି ପାର୍ଲର

ଅବସର ବିନୋଦନ ।


ଦିନରାତି ବସି ଆଖିକୁ ତରାଟି

ଟିଭି ମୋବାଇଲ ଦେଖ

କୁହ ଫୁସଫାସ ଶୁଣୁଥାଅ କାନେ

କର୍ମ ପାଗଳ ପ୍ରାୟକ ।


ନିଜ ପରିବାର ମାତାପିତା ପତ୍ନୀ

ପୁତ୍ରକନ୍ୟା ଆପଣାର

କାଳର କୁଟୀଳ ଦୁଷ୍ଟ କୁଚକ୍ରରେ

ଲାଗେ ଅପା°କ୍ତେୟ ପର ।


ଭାଙ୍ଗିରୁଜି ଯାଏ ହୃଦୟର ସ୍ୱପ୍ନ

ଘର ସୁନ୍ଦର ସ°ସାର

ପବିତ୍ର ବିବାହ ପ୍ରେମପ୍ରୀତି ନାମେ

ନବ୍ୟାପୁ ମିଠା ଜହର ।


ସ୍ୱାର୍ଥ ପ୍ରଣୋଦିତ ବାହ୍ୟ ହସ୍ତକ୍ଷେପ

ଦଖଲ ଅନାବଶ୍ୟକ

ଦୋହଲାଇଦିଏ ଗୃହ ମୂଳଭିତ୍ତି

ବୁଝେନି ଅଧମ ଲୋକ ।


ଆଜିର ସମାଜ ଅଥର୍ବ ଓ କ୍ଲୀବ

ଯନ୍ତ୍ର ଦାସ ଏ ମାନବ

ନମଣୁ ନିଜକୁ ଜଡ଼ ଶକ୍ତିହୀନ

ଅସହାୟ କି°କର୍ତ୍ତବ୍ୟ ।


ଦିଅ ସହଯୋଗ ସଦଉପଦେଶ

ଦୁହିତା ହସାଉ କୁଳ

ଗୃହେ ବାଳବୃଦ୍ଧ ରହନ୍ତୁ ସୁରକ୍ଷ

ହସୁ ଘର ପରିବାର ।

    


Rate this content
Log in

Similar oriya poem from Tragedy