ଜୀବନ ମିଛ
ଜୀବନ ମିଛ
ଦୁନିଆ ସତ ନୁହେଁ କି ମିଛ ନୁହେଁ
ଲାଗେ କିନ୍ତୁ ସତ
ଆଜି ଯାହା ଅଛି କାଲିକି ବଦଳେ
କିପରି କହିବା ସତ ।
ଜନମଟା ସତ ମରଣ ବି ସତ
ନାମ ରୂପ ଲାଗେ ମିଛ
ମୁଁ ମୋର ପଦ କିମିୟା କରଇ
ସୁନା ଇଲିଶିର ମାଛ ।
ମଲା ଶରୀରଟା ଶଶ୍ମାନକୁ ଯାଏ
ଲିଭିଯାଏ ଜୀଵନ ଦୀପ
ସବୁ ସମ୍ପର୍କର ଡୋରି ଛିଡି ଯାଏ
ଠିଆ ହୁଏ ଶୂନ୍ୟ ସ୍ତୁପ।
ଆଜିର ଜୀବନ କାଲିକି ରୁହେନା
ଲାଗଇ ଅଡ଼ୁଆ ସୂତା
ନିଜର ନିଜର ଶବ୍ଦ ମିଳାଏ
ଉଭେଇ ଯାଏ ତ ନାଚାର ।
ଜୀଵନ ଥିବା ଯାଏ ମୋହ ମାୟାରେ
ଜୀଵ ପରା ଘାଣ୍ଟି ହୁଏ
ସୁଖର ଦୁଃଖ ର ସାଗରରେ ବୁଡି
ଶାନ୍ତି ପାଇଁ ଝୁରି ହୁଏ ।
ଜୀବନ ଶବ୍ଦଟା ଯଦି ଶତ ହୁଅନ୍ତା
ମରଣ କାହୁଁ ଆସନ୍ତା
ମୋହ ରାଗ ଯଦି ଚିର ହୂଅନ୍ତା
ଜୀଵନ ସତ ହୁଅନ୍ତା ।
ବଦଳା ଜୀଵନ ସତ ତ ନୁହଇ
ପାଣିରେ ଟାଣିବା ଗାର ପରି
ସତକର୍ମ ଚିରନ୍ତନ ସତ୍ୟ ଏ ଜଗତେ
ଆଉ ସବୁ ଶୂନ୍ୟ ପରୀ ।
