କେମିତି ଏ ପ୍ରେମ
କେମିତି ଏ ପ୍ରେମ
ପ୍ରେମଟି ସ୍ବର୍ଗିୟ ପବିତ୍ର ଶାଶ୍ବତ
ପ୍ରେମଟି ସତ୍ଯ ସୁନ୍ଦର
ମୋଜୀବନେ ପ୍ରେମ ହେଲା ନିରିମମ
ଛଳନାର ବାଲିଘର ।
ପ୍ରେମର ସ୍ବାକ୍ଷର ପବିତ୍ର ନଶ୍ଵର
ପ୍ରେମ ଇଶ୍ବରଙ୍କ ଦାନ
ଜାଣିତ ନଥିଲି ପ୍ରେମର ରଙ୍ଗୋଲି
କରିଦେବ ହିନିମାନ ।
ପ୍ରେମ ଏକ ଶଦ୍ଦ ଅଢେଇ ଅକ୍ଷର
ବୁଝି ପାରିଲିନି ମୁହିଁ
ତୋ ପ୍ରେମରେ ପଡି ହେଲି ଘରଛାଡି
ସଂସାର ଦିଶିଲା ନାହିଁ ।
ସରଳ ସୁନ୍ଦର ଅବୁଝା ଜୀବନ
କାଟୁଥିଲି ଅତି ସୁଖେ
ଯେଉଁଦିନୁ ତୋର ପ୍ରେମରେ ପଡିଲି
ଛନକା ପସିଲା ବୁକେ ।
ଭୂଲିଗଲି ସାଥି ପ୍ରିୟଜନ ପ୍ରିତୀ
ପ୍ରେମେ ହେଲି ମୁଁ ବାୟାଣୀ
ବାପା,ମା ଭୂଲିଲି ସ୍ବପ୍ନରେ ବୁଡିଲି
ହଜାଇ ଦେଲି ଠିକଣା ।
କେତେ ଜହ୍ନ ରାତି ଯାଇଅଛି ବିତି
ପାଇ ତୋ,ପ୍ରେମର ସ୍ପର୍ଶ
ନିର୍ଜନ ନିଶୀଥ ରୋକେ ନାହିଁ ପଥ
ଅନ୍ଧାରେ ଆଲୋକ ଦୃଶ୍ଯ ।
ମାଘମାସ ଶୀତ ମନେଦିଏ ବ୍ଯଥା
ମନ ହୁଏ ଆନମନା
ତତେ ପାଇଗଲେ ଶୀତର ପରଷ
ନପଡଇ ମତେ ଜଣା ।
ତୋର ପାଇଁ ସାଥି ଲାଗେ ନାହିଁ ଭିତି
ବଡ ସାନ ଉଚ୍ଚ ନିଚ
ମାନ ସନମାନ ସବୁ ଅକାରଣ
ତୋ ପ୍ରେମ ଦିଶିଲା ସ୍ବଚ୍ଛ ।
ବାପା,ଭାଇଙ୍କର ସେନେହ ଆଦର
ତୋ ପ୍ରେମରେ ଭୂଲି ଗଲି
ହେଲିମୁଁ,ବାୟାଣୀ ତୋପ୍ରେମେଅନ୍ଧୁଣୀ
ରାତ୍ରି କୁ ଦିବସ କଲି ।
ଏତେବେଳେ ସାଥି ପ୍ରେମ କଲୁ ଇତି
ଭୂଲିଗଲୁ ପଛ କଥା
କେଉଁ ମନ ନେଇ ବଞ୍ଚିବିରେ ମୁହିଁ
ହୃଦୟେ ଦେଲୁମୋ ବ୍ଯଥା ।
କଦାଚିତ୍ ଭାଇ ପ୍ରେମେ ଠକ ନାହିଁ
ପ୍ରେମ ଅଟଇ ମହାନ
ପ୍ରେମରେ ଛଳନା କପଟ କରନା
ଭାବୁଥିବ ସଦାଦିନ ।
ଏ କେମିତି ପ୍ରେମ ଜାଣି ମୁଁ ପାରୁନି
କେମିତି ହେଲି ପାଗଳି
ବାପ ଭାଇ ସ୍ନେହ ସବୁ ପାଶୋରିଣ
ପ୍ରେମରେ ଗଲି ମୁଁ ଢଳି ।
ପ୍ରତାରଣା ସାଥି କଲୁ ପ୍ରେମ ଇତି
ବିଶ୍ବାସ ରେ ଦେଲୁ ବିଷ
ଚିରଦିନ ପାଇଁ ଥିବି ବାଟ ଚାହିଁ
ଜୀବନ ଶେଷ ନିଶ୍ବାସ ।
