ବୟସର ଅପରାହ୍ନେ ଜୀବନ
ବୟସର ଅପରାହ୍ନେ ଜୀବନ


ବୃଦ୍ଧକାଳ ହେଲା ବେଳ ଗଡିଗଲା
ପୁର୍ବ ଫୁର୍ତ୍ତି ଦେହେ ନାହିଁ
ଦୁଇବନ୍ଧୁ ଦେଖା ବୃଦ୍ଧ ଅବସ୍ଥାରେ
ଅଣ୍ଟାତ ଗଲାଣି ନଇଁ ।
କାନ୍ଧରେ ଗାମୁଛା ହାତେ ଆଶାବାଡି
ଆଖିକୁ ନହୁଏ ଦୃଶ୍ଯ
ତୁଣ୍ଡ ବାରି ଚିହ୍ନା ଚିହ୍ନା ଲାଗୁଅଛି
ବନ୍ଧୁତା ଆମର ସ୍ବଚ୍ଛ ।
କେତେ ଦିନୁ ତତେ ଦେଖିନାହିଁ ବନ୍ଧୁ
ରହିଲୁ ସହରେ ଯାଇ
ଚାକିରି ଜୀବନ ସରିଗଲାପରେ
ଗାଆଁ,କୁ ଆସିଲୁ ତୁହି ।
କେମିତି ଅଛନ୍ତି ପରିବାର ତୋର
ଭଲ ଅଛନ୍ତି ଭାଉଜ
ଗାଆଁ,ରେ ରହି ମୁଁ ଚାଷବାସ କଲି
ବଢିଲା ବାକି କରଜ ।
ପିଲାମାନେ ତୋର ପାଠଶାଠ ପଢି
କରିଥିଲେ ବଡ ଚାକିରି
ଏ,ବେଳରେ କାହିଁ ଗାଆଁକୁ ଆସିଲୁ
ଭରଷା କେ ହେବ ତୋହରି ।
ବନ୍ଧୁଠାରୁ ସବୁ ଶୁଣି ସାରି ବନ୍ଧୁ
ଗାମୁଛାରେ ଲୁହ ପୋଛିଲା
ଭାଉଜ ତୋହର ଇହଧାମ ଗଲେ
ଜୀବନେ କି,ଲାଭ ରହିଲା ।
ପୁଅ ଚାଲିଗଲା ବୋହୂ ସଙ୍ଗେ ନେଇ
ଝିଅ
ଗଲା ଯୋଇଁ ସାଥିରେ
ବୃଦ୍ଧକାଳ ହେଲେ ଅଲୋଡା ହୁଅନ୍ତି
କିଏ,ଆଉ ଅଛି ସାଥିରେ ।
ତୁ,ଅଛୁ କେମିତି ପରିବାର ସାଥେ
ଥିବୁ ବହୁ ସୁଖ ଶାନ୍ତିରେ
ପୁଅ ବୋହୂ ତୋର ଯତ୍ନ ନେଉଥିବେ
ବେଳ କଟୁଥିବ ଖୁସିରେ ।
ନାହିଁ ନାହିଁ ବନ୍ଧୁ କୁହନି ସେକଥା
ଦାନ୍ତକୁ ଅଡୁଆ ଖଡା
ପିଲାମାନେ ସବୁ ବଡ ହୋଇଗଲେ
ଘରକୁ ଅଡୁଆ ବୁଢା ।
ଭାରିଜାଟା ଥିଲା ବେଳ କଟୁଥିଲା
ସିଏ ଗଲା ଆରପାରି
ପିଲାମାନଙ୍କଠୁ ବେସାହାରା ହେଲି
ଖାଉଛି ରୋଷେଇ କରି ।
ଯାହା,ହେଉ ବନ୍ଧୁ ପ୍ରଥମର ବନ୍ଧୁ
ଶେଷ ଜୀବନରେ ବନ୍ଧୁତା
ଆଉ ନାହିଁ ଦୁଃଖ କଟିବ ସମୟ
ପରେ ହେବା ସବୁ କଥା ।
ଗାଆଁ,ମାଟି ଡାକ ଶୁଭିଲା କାନକୁ
ଗାଆଁ,କୁ ଆସିଲି ପଳାଇ
ତୋ,ସାଥିରେ ବନ୍ଧୁ ନିତି ଦେଖାହେବ
ପଛ କଥା ମନେ ପଡଇ ।
ଶେଷ ଜୀବନର ସାଥି ଆମେ ବନ୍ଧୁ
ଥିଲେ ପିଲାଦିନୁ ସାଥି
ପିଛିଲା କଥାକୁ ମନରେ ପକାଇ
ସମୟ ଟା ଯିବ ବିତି ।