STORYMIRROR

Nalini Subudhi

Others

3  

Nalini Subudhi

Others

ନୂଆଖାଇ

ନୂଆଖାଇ

1 min
181

ଭାଦ୍ରବମାସର ଶୁକ୍ଳପଞ୍ଚମୀରେ

ନବାନ୍ନ ହୁଅଇ ଭୋଗ ।। 

ପଶ୍ଚିମ ଓଡିଶା ଚଳଚଞ୍ଚଳିତ

ତୁମପାଇଁ ରାଜଯୋଗ ।।  


କାହିଁ କେତେଦୂରେ ପ୍ରବାସରୁଫେରେ

ନୂଆଖାଇ ଭେଟ ପାଇଁ।। 

କ୍ଷେତର ପ୍ରଥମ ଅମଣା ନବାନ୍ନ

ଭୋଗ ଲାଗୁଥାଏ ଯହିଁ।।  


ଘର ପରିଷ୍କୃତ ଚିତ୍ରରେ ଶୋଭିତ

ଫୁଲ ଫଳ ହୁଏ ଲୋଡା।। 

କେତେ ପିଠା ପଣା ରୁଚି ମନଜିଣା

ଇଷ୍ଟଦେବୀ ପାଇଁ ବଢା।।  


ଆସେନୂଆଧାନ ନୂତନ ବାସନ

ଲୋଡା ହୁଏ ନବବସ୍ତ୍ର।। 

ସମଲେଶ୍ୱରୀଙ୍କ ପୂଜାର ନିମିତ୍ତ

ସର୍ବେ ହେଉଥାନ୍ତି ବ୍ୟସ୍ତ।।  


ଗୀତ ନାଚ ହୁଏ ବନ୍ଧୁ ଭେଟ ଥାଏ

ଖୁସିର ଲହରୀ ଖେଳେ।। 

ନୂଆଖାଇ ପର୍ବ ପାଳିଥାନ୍ତି ସର୍ବ

ଅତ୍ୟନ୍ତ ଆନନ୍ଦ ଭୋଳେ।।  


ଅଭିନ୍ନ ଥାଆନ୍ତି ଦୁଇ ଭାଇ ଯଦି

ଏକାକାର ଏହି ଦିନ।। 

ଅନୁଜ ଗମନ ଅଗ୍ରଜ ସମ୍ମାନ

ଫେରି ପାଏ ତା କଲ୍ୟାଣ।।  


ସାନଭାଇ ପାଏ ବଡଭାଇ ଠାରୁ

ନୂଆଖାଇ ଆଶିର୍ବାଦ।। 

ଖୁସିର ମାହୋଲ ଆନନ୍ଦ ଉଲ୍ଲାସ

ନଥାଏ ମନରେ ଖେଦ।।  


ମା ସମଲେଇ ସାହା ଏକା ତୁହି

ଓଡିଶାବାସୀଙ୍କ ପାଇଁ।। 

ବିପଦେ ଆପଦେ ସାହା ହେବୁ ମାଆଲୋ

ପ୍ରଣିପାତ କରେ ମୁହିଁ।।  



Rate this content
Log in