ଅମୃତ ବନ୍ଧନ ରାକ୍ଷୀ
ଅମୃତ ବନ୍ଧନ ରାକ୍ଷୀ


ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନରେ
ବାନ୍ଧୁଅଛି ଭାଇ ରାକ୍ଷୀ
ତୋ ହସ୍ତରେ ଭାଇ ରାକ୍ଷୀ ବାନ୍ଧିଦେଲି
ପ୍ରଭୁ ଜଗନ୍ନାଥ ସାକ୍ଷୀ ।
ପିଲାଦିନୁ ଭାଇ ବାନ୍ଧୁଅଛି ରାକ୍ଷୀ
ମନେ ମୋର ଅବଶୋଷ
ଭୂଲିଯିବ ନାହିଁ ଗେହ୍ଲି ଭଉଣୀକୁ
ସଦାଥିବ ମୋର ପାଶ ।
ତୁମ ସ୍ନେହାଶିଷ ଲାଭକରି ଭାଇ
ହେବି ମୁଁ ଜଗତଜିତା
ସବୁଜନ୍ମେମୋର ଭାଇ ହୋଇଆସ
ବାନ୍ଧିବି ମୁଁ ରାକ୍ଷୀ
ଫିତା ।
ଜଗା,ବଳିଆଙ୍କ ସୁଭଦ୍ରା ଭଉଣୀ
ନିତି ଥିବି ତୁମ ପାଶ
ରାଗ ଅଭିମାନ କରିବନି ଭାଇ
ମୋ ପରେ ଢାଳ ଆଶିଷ ।
ଦୁଇ ଭାଇ ମଧ୍ୟେ ସୁଭଦ୍ରା ଭଉଣୀ
ବସିଛନ୍ତି ସଦାକାଳେ
ବିପଦେ ଆପଦେ ସାହାହେବ ଭାଇ
ନିତି ପ୍ରତି ମୁଁହି ଭାଳେ ।
ରାକ୍ଷୀ ବାନ୍ଧିଦେଲି ସବୁ ବିପଦରେ
ହେଉଥିବ ସଦା ସାହା
ପ୍ରଭୁଜଗନ୍ନାଥ ସୁଦୟା କରିବେ
ରକ୍ଷାକର ଚଉବାହା ।