STORYMIRROR

Nalini Subudhi

Others

3  

Nalini Subudhi

Others

ମେଘ ମହ୍ଲାର

ମେଘ ମହ୍ଲାର

1 min
161



ମେଘ ମହ୍ଲାରର  ନୃତ୍ୟରତ ଛନ୍ଦ

   କେକି ମନ ଉନ୍ମାଦିତ ।

ନଭେ କଳା ଘନ ହୁଏ ଦୃଶ୍ୟମାନ

   ଅପୂର୍ବ ଶୋଭା ରଞ୍ଜିତ।


ଅସ୍ତାଚଳେ ରବି  କମନୀୟ ଛବି

   ଲୋହିତ ରଙ୍ଗେ ପତିତ।

ସରସୀରେ ଜଳ  କରେ ଝଲମଲ

   ଜଳେ ହଂସ ନୃତ୍ୟରତ ।


ପ୍ରକୃତି ସୌନ୍ଦର୍ଯ୍ୟ କହି ନୁହେଁ ଆଜ

   ମେଘ ମହ୍ଲାର ମୂର୍ଚ୍ଛନା । 

ମେଘର ମୂର୍ଚ୍ଛନା  ଘଡଘଡି ଧ୍ୱନି

   ପ୍ରକୃତି ଯେ ସ୍ୱପ୍ନେମଗ୍ନା । 


ମେଘର ରାଗିଣୀ ସାରସ ଚାହାଣୀ

  ସତେ ଯେହ୍ନେ ଋଷି କନ୍ୟା । 

ଛନ୍ଦାୟିତ ମନ&nb

sp; ରକ୍ତିମ କିରଣ

   ଗୁଞ୍ଜରିତ ମଧୁସ୍ୱନା । 


ସ୍ୱରରେ ମାଧୁର୍ଯ୍ୟ କଳ୍ପନାରେ ହେଜ        

   ଆକାଶ ଅବଲୋକନ । 

 ଯନ୍ତ୍ରବତମନ  ମେଘର ମୂର୍ଚ୍ଛନା

   ସାତସୁରର ଜୀବନ ।

 

ପ୍ରେମ ଛନଛନ ରଙ୍ଗାୟିତ ମନ

   ତନୁମନ ମହ୍ଲାରର

ମେଘର ଗର୍ଜନ କର୍ଣ୍ଣେ ଶୁଭେ ସ୍ୱନ

  ମଣ୍ଡୁକ ମଣ୍ଡୁକି ବିଭୋର । 


ଜୀବଯନ୍ତୁ ସର୍ବେ ଝୁମିଯାନ୍ତି ଭବେ

   ପ୍ରକୃତି ମୂର୍ଚ୍ଛନା ସ୍ୱରରେ

ମେଘର ମୂର୍ଚ୍ଛନା  କରେ ଆନମନା

  ପ୍ରକୃତି ହ୍ୱନ୍ତି ବିଭୋରେ



Rate this content
Log in