ଶ୍ରୀ ରାଧାଷ୍ଟମୀ
ଶ୍ରୀ ରାଧାଷ୍ଟମୀ
ରକ୍ତକମଳ ନୟନଯୁଗଳ
ମୁଖ ଦିଶେ ପୂର୍ଣ୍ଣଶଶି।।
ଚିବୁକର ଶୋଭା ଅକଳନ୍ତି ଆଭା
ଜ୍ଯୋତିର ଶୋଭା ପ୍ରକାଶି।। ୧
ବନପୁଷ୍ପମାଳା ଶୋଭାପାଏ ଗଳା
ଝୀନବସନର କାନ୍ତି।।
ସୁନ୍ଦର ସୁଢଳ ଓଷ୍ଠ ଯୁଗଳ
ସତେକି ଅରୁଣ ଦୀପ୍ତି।। ୨
ପ୍ରେମମୟୀରାଧା ପ୍ରୀତିମଧ୍ଯେ ବନ୍ଧା
କାହ୍ନୁଙ୍କର ପ୍ରାଣପ୍ରିୟା।।
ବୃଷଭାନୁସୂତା ଲକ୍ଷ୍ମୀ ସ୍ବରୂପିତା
ତୁମଜନ୍ମ ଅଟେ ମାୟା।। ୩
ତୁମେ ବ୍ରହ୍ମମୟୀ ସୁମଙ୍ଗଳମୟୀ
ଲିଳା ତୁମର ଅପାର।।
ତୁମେ ଲକ୍ଷ୍ମୀଅଂଶୀ ବିଷ୍ଣୁଙ୍କ ପ୍ରେୟସୀ
ମର୍ତ୍ତେ ଲିଳାଖେଳା କର।। ୪
ବ୍ରହ୍ମରୁ ଆଗତ ପଦ୍ମରେଶାୟିତ
କେହି ନପାରନ୍ତି ଜାଣି।।
ରାଜାବୃଷଭାନୁ ସ୍ନେହେ ଆଦରିଣ
କନ୍ଯା ରୂପରେ ପାଳଣି।। ୫
ସେହିଦିନୁ ମାତା ନଫିଟାଅ ପତା
ଦେଖିଲ ଗୋବିନ୍ଦ ଯହିଁ।।&n
bsp;
କମଳଲୋଚନା ମୁଦ୍ରିତ ନୟନା
ଫିଟାଇଲା ପତା ତହିଁ।। ୬
ତୁମଲାଗି କାହ୍ନା ପ୍ରେମେ ଆନମନା
ଭୂଲିଗଲେ ରାଜପଣ।।
ଗୋପାଳଙ୍କ ସଙ୍ଗେ ବୁଲି ନାନାରଙ୍ଗେ
ବନେ ବଇଁଶୀ ବାଦନ।। ୭
ବଇଁଶୀ ରାଗିଣୀ ଡାକେ ରାଧାରାଣୀ
କୁଞବନ ରାଧାମୟୀ ।।
ବଇଁଶୀରସ୍ବର ଶ୍ରବଣେ ଅଧିର
ବୃନ୍ଦାବନେ ଛୁଟେ ରାଇ।। ୮
ତୁମେଲକ୍ଷ୍ମୀଅଂଶୀ ବିଷ୍ଣୁଙ୍କପ୍ରେୟସୀ
ଚନ୍ଦ୍ରସେଣା ତୁମ ପତି।।
କୃଷ୍ଣଙ୍କର ତୁମେ ଜୀବନ ବାନ୍ଧବୀ
ତୁମେ ଅଟ ମହାସତୀ।।୯
ଭୂଲି ଚନ୍ଦ୍ରସେଣ କୁଷ୍ଣେଦେଲ ମନ
ସୁନ୍ଦର ଯୁଗଳ ମୂର୍ତ୍ତୀ।।
ମୁୟୂରଚୂଳିଆ କଦମ୍ବମୂଳିଆ
ପାଶେ ସଦା ତୁମମତି।। ୧୦
ଗୋପେ ଲୀଳାକଲ ଶେଷରେମିଶିଲ
ବିଷ୍ଣୁଙ୍କର ଶ୍ରୀପୟରେ।।
ଘୋଷୁଛି ପୁରାଣ ତୁମଲିଳାମାନ
ଶ୍ରୀରାଧା ଗୋବିନ୍ଦ ହରେ ।। ୧୧