STORYMIRROR

Akshayakumar Dash

Classics

4  

Akshayakumar Dash

Classics

ଚିତଚୋର

ଚିତଚୋର

1 min
23K

ମାଧବୀ ଲତାରେ ଖେଳଇ ଦୋଳି

ଗୋପୀ ପଦଧୂଳି ଦେହରେ ବୋଳି

ଅଧରେ ମୁରଲୀ ବଜାଏ ଜାଣି

ପରାଣ କିଣଇ ଚକର ପାଣି

କେଉଁଥିରେ ସୁଖ ଲାଗୁନି ମନ

ଭେଟିବାକୁ ସେଇ କାଲିଆଧନ

ଚାଳଗୋ ସଖୀ କୁଞ୍ଜକୁ ଯିବା

ହଟିଆ କାଳିଆ ସଂଗେ ମିଶିବା ।

ଅଧା ବୁଲାହେଲା ହାଣ୍ଡିକ ଦହି

ଫୁଟା ନହୋଇଲା ଧାନରୁ ଖଇ

ଖୁଣ୍ଟରୁ ବାଛୁରୀ ଦିଏଫିଟାଇ

କ୍ଷୀର ଦୁହିଁବାକୁ ତରବା କାହିଁ

ଦେହ ସାରା ଭିଜି ଗଡ଼ଇ ଝାଳ

ଅଳରା ପଡିଛି ମୁଣ୍ଡରୁ ବାଳ

କାହାର ବସନ ଲୋଟିଛି ଧୂଳି

ଖାଉଥିଲା କିଏ କରିନି କୁଳି

ଚାଳଗୋ ସଖୀ କୁଞ୍ଜକୁ ଯିବା

ହଟିଆ କାଳିଆ ସାଥେ ରସିବା।

ବିଶାଖା ବୋଲନ୍ତି ରାଧିକା ଚାହିଁ

ପ୍ରେମଠାରୁ ବଡ କେଅଛି ନାହିଁ

ଶ୍ୟାମନାଗର କୁ କୁହଗୋ ଯାଇଁ

ଭାବିଦେଲେ ଦେଖା ଦେବେଲୋ ଥାଇ

ହଟିଆ କାଳିଆ ଆସିଲେ ଧାଇଁ

ବସନ ଚୋରାଇ ଆଣିଲେ ଯାଇଁ

ଗୋପୀମାନକର ଏପରି ଦଶା

ଆମକୁ କରନି ହେ ଲୋକହସା

ଲଳିତା କୁହନ୍ତି ହେ ବେଣୁଧର

ଦିଅ ବସ୍ତ୍ର ଆଣି ହେ ଚିତ ଚୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Classics