ଅଫେରା ସମୟର ଧରା
ଅଫେରା ସମୟର ଧରା
ବେଳେ ବେଳେ ଭାରି ଇଚ୍ଛା ହୁଏ ,
ଫେରି ଆସନ୍ତାକି ମୋ ସେ ସବୁ ସମୟ ,,
ଯେବେ ମୁଁ ଜାଣିବି ନଥିଲି କଣ ଏ ସମୟ ,
କଣ ଏହାର ଉପଯୋଗ ଆଉ କଣ ମୂଲ୍ୟ ,,
ବାସ ଘାଇ ଭଙ୍ଗା ନଈ ପରି ମାଡିଚାଲିଥିଲି ,
ବିନା କୌଣସି ଦ୍ଵନ୍ଦ କି ଅବରୋଧରେ ,,
ସେଥିପାଇଁ ଇଚ୍ଛା ହୁଏ ସେ ଅଫେରା ଅତୀତର ,
ଅଭୁଲା ସ୍ମୃତି ସବୁକୁ ପୁଣିଥରେ ସାଉଁଟିବାକୁ ,,
ଇଚ୍ଛା ହୁଏ ବ୍ୟର୍ଥ ରେ କାଟିଦେଇଥିବା ସମୟକୁ ,
ଆଉ ଥରେ ଜୀବନ୍ତ କରି ଯଥାର୍ଥ କରିବାକୁ ,,
ହେଲେ ମୁଁ ଜାଣେ ମୋ ଇଚ୍ଛା ଅବାସ୍ତବ ,
ଯାହା କେବଳ କଳ୍ପନା ରାଇଜେ ହୁଏ ବାସ୍ତବ ,,
ତଥାପି ମୁଁ କଳ୍ପନାରେ ବି ଅପେକ୍ଷରତ ,
କେବେ ସେଇ ଅଫେରା ସମୟ ଦେବ ଧରା ,,