STORYMIRROR

Jyoti Ranjan Subudhi

Comedy

3  

Jyoti Ranjan Subudhi

Comedy

ୱର୍କ ଫ୍ରମ ହୋମ କରୁଛି

ୱର୍କ ଫ୍ରମ ହୋମ କରୁଛି

1 min
122

ସକାଳୁ ସକାଳୁ ତୁମ ବିକଟାଳ ରଡି ,

ଶୁଣି ମୋର୍ ଇଚ୍ଛା ଭାରି ,

ଅଫିସକୁ ଚାଲିଯାନ୍ତିକି ମୋ ଶୂନଗାଡି ଚଢି । ୧


ତାହା ବି ଏ କରୋନା କରେଇଦିଏ ନାହିଁ ,

ତମରି ପାଇଁକି ଆଜି ମୋ ବଟୁଆ ଖାଲି ,

ମାସ ଶେଷ ଏବେ ଦରମା ବି ନାହିଁ । ୨


ହେଲେ ତମେ ମତେ ଧରାଉଛ ଲମ୍ବା ଲିଷ୍ଟ ,

ପରିବା ଦୋକାନୀ ବି ଭାବିଲାଣି ,

ମୁଁ ବୋଧେ ନିୟମ ଭାଙ୍ଗି କରୁଛି କୋଉଠି ଫିଷ୍ଟ । ୩


ଏଣେ ପୋଲିସିବି ନିତି ଦେଖାଏ ନାଲି ଆଖି ,

କେମିତି ବୁଝେଇବି ତାଙ୍କୁ ,

ମୋ ଦୁଃଖର ନାହିଁ ପରା କିଏ ସାକ୍ଷୀ । ୪


ମୋପରି ଘରଣୀ ଗଞ୍ଜଣା ଯିଏ ଖାଇଛି ଜାଣିଛି ,

ଏଣୁ ମାରିଲେ ବ୍ରହ୍ମ ହତ୍ୟା ତେଣେ ଗୋହତ୍ୟା ,

ଚୋର ମା ପରି ଖାଲି ଲୁଚିକି କାନ୍ଦୁଛି । ୫


ମୁହଁ ଟାଣେ ଖାଲି ଏତିକି କହୁଛି,

ତାଲା ବନ୍ଦରେ ମୋର୍ ସବୁ ଠିକ ଠାକ ,

ୱର୍କ ଫ୍ରମ ହୋମ କରୁଛି ।



Rate this content
Log in

Similar oriya poem from Comedy