ହେ ପ୍ରଭୁ
ହେ ପ୍ରଭୁ
ସ୍ତ୍ରୀ ମୋ କହୁଛି କାମକୁ ଯାଅନି , ବାହାରେ ଲାଗିଛି କର୍ଫ୍ୟୁ । ସରକାର କହୁଛି କର୍ମଚାରୀ ମାନେ , କରିଚାଲ କାମ କରୋନା ଏବେ ବେକାବୁ । ପୁଅ ମୋ କହୁଛି ବାପା ଘରକୁ ଆସନି , ଯଦି ତମେ ସାଙ୍ଗରେ ଆଣୁଥିବ କରୋନାକୁ । ଝିଅ ମୋ ରାତିରେ ଜମାରୁ ଶୋଉନି , କାନ୍ଦୁଛି ବାପା ପାଖେ ଶୋଇବାକୁ । ଏବେ ଆମେ ସରକାରୀ କର୍ମଚାରୀ କରିବୁ କଣ , ତମେ ଖାଲି ରାସ୍ତା ଦେଖାଅ ହେ ପ୍ରଭୁ ।।
