STORYMIRROR

Jyoti Ranjan Subudhi

Others

3  

Jyoti Ranjan Subudhi

Others

ଦୁର୍ବଳ ନେତାକୁ ସବଳ କର୍ମୀ

ଦୁର୍ବଳ ନେତାକୁ ସବଳ କର୍ମୀ

1 min
140

ତମେ ନେତା ଦୁର୍ବଳକୁ

ଆମେ ସବଳ କର୍ମୀ

ତମ ଭାଷଣ କମଜୋର ହେଲେ

ଆମେ ତାଳି ବଜେଇବୁନି

ତମେ ଭୋଟ ମାଗୁଛ ହାତ ଯୋଡିକି

ଆମେ ମଦ ମାଗୁଛୁ ଛାତି ଫୁଲେଇକି

ତମେ ଚାଲିକି କରୁଛ ପଦଯାତ୍ରା

ଆମେ ତମ ପଛେ ବାଇକିରେ କରୁ ଶୋଭାଯାତ୍ରା

ତମେ ଦେଖେଇ ହେଇକି ଖାଇବ ପଖାଳ

ଆମେ ତମ ପଇସାରେ ଖାଉ ମଟନ ଝୋଳ 

ଖାଲି ଇଲେକ୍ସନ ପରେ ଫରକ ଏତିକି ହେବ

ତମ ବ୍ୟବହାର ପୁରା ଓଲଟିଯିବ

ଆମେ ତମକୁ ଭାରି ଗନ୍ଧେଇବୁ

ତମ କାର ପଛରେ ଗୋଡେଇବୁ

ତମେ କହୁଥିବ ଟାଇମି ନାହିଁ

ଥିଲେ ବି ତମ କଥା ଶୁଣିବି କାହିଁ

କାରଣ ତମେ ଭୋଟ ବିକିଛ ପଇସାରେ

ପାଞ୍ଚ ବରଷ ମୁଁ ରହିବି ଅୟସରେ

ଏତକ ଶୁଣିକି ଆମ ମଡ଼କ ମରିବ

ଟଙ୍କିକିଆ ଚାଉଳରେ କି ପେଟ ପୁରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍