ଦୁର୍ବଳ ନେତାକୁ ସବଳ କର୍ମୀ
ଦୁର୍ବଳ ନେତାକୁ ସବଳ କର୍ମୀ
1 min
135
ତମେ ନେତା ଦୁର୍ବଳକୁ
ଆମେ ସବଳ କର୍ମୀ
ତମ ଭାଷଣ କମଜୋର ହେଲେ
ଆମେ ତାଳି ବଜେଇବୁନି
ତମେ ଭୋଟ ମାଗୁଛ ହାତ ଯୋଡିକି
ଆମେ ମଦ ମାଗୁଛୁ ଛାତି ଫୁଲେଇକି
ତମେ ଚାଲିକି କରୁଛ ପଦଯାତ୍ରା
ଆମେ ତମ ପଛେ ବାଇକିରେ କରୁ ଶୋଭାଯାତ୍ରା
ତମେ ଦେଖେଇ ହେଇକି ଖାଇବ ପଖାଳ
ଆମେ ତମ ପଇସାରେ ଖାଉ ମଟନ ଝୋଳ
ଖାଲି ଇଲେକ୍ସନ ପରେ ଫରକ ଏତିକି ହେବ
ତମ ବ୍ୟବହାର ପୁରା ଓଲଟିଯିବ
ଆମେ ତମକୁ ଭାରି ଗନ୍ଧେଇବୁ
ତମ କାର ପଛରେ ଗୋଡେଇବୁ
ତମେ କହୁଥିବ ଟାଇମି ନାହିଁ
ଥିଲେ ବି ତମ କଥା ଶୁଣିବି କାହିଁ
କାରଣ ତମେ ଭୋଟ ବିକିଛ ପଇସାରେ
ପାଞ୍ଚ ବରଷ ମୁଁ ରହିବି ଅୟସରେ
ଏତକ ଶୁଣିକି ଆମ ମଡ଼କ ମରିବ
ଟଙ୍କିକିଆ ଚାଉଳରେ କି ପେଟ ପୁରିବ ।
